କନ୍ଧମାଳ ପୋଖରିବନ୍ଧ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ: ୪ ଦିନ ହେଲା କମ୍ବିଂ ଅପରେସନ୍ କରୁଥିଲେ ଏସ୍‌ଓଜି ଓ ଡିଭିଏଫର ମିଳିତ ଟିମ୍

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଥାନା ଅଂଚଳ ପୋଖରିବନ୍ଧ ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ । ଏସ୍‌ଓଜି ଓ ଡିଭିଏଫଙ୍କ ମିଳିତ କମ୍ବିଂ ବେଳେ, ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ଅନ୍ଧାର ଏବଂ ଘଂଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ ।

ମାଓବାଦୀମାନଙ୍କୁ ଧରିବା ପାଇଁ ପୋଲିସ ୪ ଦିନ ହେଲା କମ୍ବିଂ କରୁଥିଲା । କିଛି ମାଓ କ୍ୟାମ୍ପକୁ ନଷ୍ଟ କରିବାରେ ପୋଲିସ ସଫଳ ହୋଇଛି । କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତିନିଟି ବନ୍ଧୁକ, ମେଡିସିନ, ମାଓ ପୁସ୍ତକ,କିଛି ରାସନ ସାମଗ୍ରୀ ଜବତ ହୋଇଥିବା କନ୍ଧମାଲ ଏସ୍‌ପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.