ଝାରସୁଗୁଡା ବନହରପାଲି ପାଉଁଶ କାରଖାନାରେ ହପର ଦୁର୍ଘଟଣା ଘଟଣା, ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

 ଝାରସୁଗୁଡା :  ଝାରସୁଗୁଡା ଜିଲ୍ଲା ବନହରପାଲି ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଘଟିଥିବା ଅଘଟଣକୁ ନେଇ ଆସିଲା ଦୁଃଖଦ ଖବର । କେନ୍ଦ୍ରର ୩ ନମ୍ବର ୟୁନିଟ ପାଉଁଶ କାରଖାନାରେ ହପର ଦୁର୍ଘଟଣାରେ ଆହତ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ମୃତ ଶ୍ରମିକ ଜଣଙ୍କ ହେଉଛନ୍ତି ପି.ଭଗବାନ ପାତ୍ର । ତେବେ ଗୁରୁତର ଅନ୍ୟ ୨ ଜଣ ଶ୍ରମିକ ଏବେ ମଧ୍ୟ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଥାଉକି, ଗତ ୫ ତାରିଖରେ ଏହି ଭୟଙ୍କର ଦୁର୍ଘଟଣା ଘଟିିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.