କଳାହାଣ୍ଡିରେ ଲାଲବାହିନୀର ବର୍ବରତା: ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଘରୁ ଉଠାଇ ନେଇ ହତ୍ୟା

କଳାହାଣ୍ଡି(କେନ୍ୟୁଜ୍): କଳାହାଣ୍ଡିରେ ଲାଲବାହିନୀର ବର୍ବରତା । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗାଁର ଲାଲବତି ମାଝୀଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି ।

ମାଓବାଦୀଙ୍କ ସମ୍ପର୍କରେ ପୋଲିସକୁ ସୂଚନା ପ୍ରଦାନ କରୁଥିବା ସନ୍ଦେହରେ ହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ମଧ୍ୟ ମିଳିଥିବା ବେଳେ ଅଞ୍ଚଳର ଆଉ କିଛି ଲୋକ ମଧ୍ୟ ପୋଲିସର ଇନଫର୍ମର ଥିବା ନେଇ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.