ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୩ଟି ଗାଡି

କଳାହାଣ୍ଡି(କେନ୍ୟୁଜ୍‌): ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ୩ଟି ଗାଡି ଜାଳିଦେଲେ ଲାଲ୍‌ବାହିନୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅଧୀନ ସାନ ପିପିଲି ଗାଁରେ ରାସ୍ତାକାମକୁ ବିରୋଧ କରି ଜଳାପୋଡା କରିଛନ୍ତି। ଗତକାଲି ରାତିରେ ଟ୍ରାକ୍ଟର, ଗୋଟିଏ ଜେସିବି ଓ ଗୋଟିଏ ଟିପରକୁ ମାଓବାଦୀମାନେ ଜାଳିଦେଇଛନ୍ତି।

ପିପିଲି ଗ୍ରାମର ପୋକାରିଘାଟଠାରୁ ମନସ୍କ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ଠିକାଦାରଙ୍କୁ ମାଓବାଦୀମାନେ ତାଗିଦ କରିଥିଲେ। ଗତକାଲି ରାତିରେ ରାସ୍ତା କାମରେ ନିୟୋଜିତ ୩ଟି ଗାଡି ଜାଳିଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଭବାନୀପାଟଣା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.