ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ୧୮ ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ୧୮ ଜଣ ଗିରଫ । ୧୮ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍‌ ପୋଲିସ । ଏହା ସହ ୫ଟି ବାଇକ୍‌ ଜବତ ହୋଇଛି । ଗତକାଲି ସଂଧ୍ୟାରେ ୨୦ରୁ ୨୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ୍‌ ବିଲ୍ଡିଂରେ ପଶି ଭଙ୍ଗାରୁଜା କରିଥିଲେ । ଏଥିସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାର ଚିତ୍ର ସିସିଟିଭି ଫୁଟେଜ୍‌ରେ କଏଦ ହୋଇଥିଲା । ସୂଚନା ମୁତାବକ ଦୁଇ ଜଣ ଗ୍ରାହକଙ୍କୁ ଦୋକାନୀ ଦୁର୍ବ୍ୟବହାର କରିଥିଲେ । ଏହାପରେ ଏମାନେ ଦୋକାନୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ଓ ଭୁବନେଶ୍ୱର ଡିସିପି ପହଞ୍ଚିଥିଲେ । ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରିବା ସହ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.