ଆଦର୍ଶଗ୍ରାମ କଲାରାବାଙ୍କରେ ମାଟ୍ରିକରେ ଏ-୧ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କଟକ (କେନ୍ୟୁଜ୍) : ଆଦର୍ଶଗ୍ରାମ କଲାରାବାଙ୍କରେ ମାଟ୍ରିକରେ ଏ-୧ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ନିଳିମାରାଣୀ ସଭାଗୃହରେ ଜାତୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଆଗାମୀ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଡକ୍ଟର ଜାହାନାରା ବେଗମ୍ ଓ ମୁଖ୍ୟ ବକ୍ତା ଭାବେ ମାଧ୍ୟମିକ ପରିଷଦର ସମ୍ପାଦକ ରାମାଶିଶ୍ ହାଜରା ଯୋଗଦେଇଥିଲେ ।

ଆଗାମୀ ଓଡ଼ିଶାର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଏଥିରେ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଗାମୀ ଓଡ଼ିଶାର ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଶରତ କୁମାର ରାଉତରାୟ, ରିତିକ୍ ଘନଶ୍ୟାମ ସ୍ୱାଇଁ, କ୍ଷୀତିଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.