ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା, ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମାଟ୍‌ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ , ଜେମେଟ୍ରିବକ୍ସ ବକ୍ସ ନେଇଯିବେ। ଅନ୍ୟ ଜିନିଷ ପରୀକ୍ଷାକେନ୍ଦ୍ରକୁ ପିଲାମାନେ ନେଇ ଯାଇପାରିବେ ନାହିଁ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସ୍‍ମେଣ୍ଟ-୨ ପରୀକ୍ଷା ଆଜି ଆରମ୍ଭ ହେଉଛି। ପରୀକ୍ଷା ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ।ଖରାକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂ ରେ ପରୀକ୍ଷା ସମୟ ନିର୍ଘଣ୍ଟ କରାଯାଇଛି। କପି ରୋକିବା ପାଇଁ ମୋଟ ୭୪ ସ୍ୱାଡ ଗଠନ କରାଯାଇଛି। ବୋର୍ଡ ପକ୍ଷରୁ ୩୬ ଟି ସ୍ୱାଡ ବୁଲିବା ପାଇଁ ବ୍ୟବସ୍ଥା କରାଯାଇଛି।

ହାଇସ୍କୁଲ ସାର୍ଟିଫିକେଟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାକୁ ମିଶାଇ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବସିବେ।  ୩୨୧୮ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି। ମୋଟ ୩୧୬ଟି ନୋଡାଲ ସେଣ୍ଟର ହୋଇଛି। ଏହା ଭିତରେ ରହିଛି ୨୨ଟି ଥାନା। କନ୍ଧମାଳ ଜିଲ୍ଲାରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ସମସ୍ତ ଜିଲ୍ଲାପାଳ, ଏସ ପି ଓ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ପୂର୍ବରୁ ଅଲୋଚନା କରିଛନ୍ତି। କପି ରୋକିବା ଦିଗରେ ଫୋକସ କରାଯାଇଛି। କଡା ସୁରକ୍ଷା ଭିତରେ ପରୀକ୍ଷା କେନ୍ଦ୍ର ଗୁଡିକୁ ପ୍ରଶ୍ନପତ୍ର ପହଞ୍ଚିଛି। ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଏସକଟ କରି ନେଇ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ। ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସାଙ୍ଗରେ ଆଡମାଟ୍‌ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ , ଜେମେଟ୍ରିବକ୍ସ ବକ୍ସ ନେଇଯିବେ। ଅନ୍ୟ ଜିନିଷ ପରୀକ୍ଷାକେନ୍ଦ୍ରକୁ ପିଲାମାନେ ନେଇ ଯାଇପାରିବେ ନାହିଁ। ଏହାସହ ଶିକ୍ଷକମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ମୋବାଇଲ ସ୍ୱିଚ୍‌ ଅଫ୍‌ ମୋଡରେ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବା ପାଇଁ ଗାଇଡ଼ ଲାଇନ କରାଯାଇଛି। ଆଉ କିଛି ସମୟ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ର ରେ ଧୀରେ ଧୀରେ ପହଂଚୁଛନ୍ତି। କଟକ ରେ ଥିବା ପରୀକ୍ଷା କେନ୍ଦ୍ର ମାନଙ୍କରେ ମଧ୍ୟ ଶାନ୍ତି ଶୃଙ୍ଖଳା ରେ ପରୀକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ତା କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.