ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ: ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ । ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସରକାରକୁ ଘେରିପାରନ୍ତି ବିରୋଧୀ । ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କ ଉତ୍ତର ଲୋଡିବ ବୋଲି କହିଛି କଂଗ୍ରେସ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମଧ୍ୟ ସରଗରମ ରହିବ । ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ । ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସରକାରକୁ ଘେରିପାରନ୍ତି ବିରୋଧୀ । ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କ ଉତ୍ତର ଲୋଡିବ ବୋଲି କହିଛି କଂଗ୍ରେସ ।

କଂଗ୍ରେସ ବିଧାୟକ ଦଳର ନେତା କହିଛନ୍ତି. ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉଠାଇବ ଦଳ । ନବ ଦାସ ହତ୍ୟାକାଣ୍ଡ ସମର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ନିର୍ଯ୍ୟାସ ବାହାରି ପାରିନି । ଏହି ହତ୍ୟା ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିଛି କଂଗ୍ରେସ ।

ସେପଟେ ୨୦୨୩-୨୪ ପାଇଁ ଆଗତ ୨ ଲକ୍ଷ ୩୦ ହଜାର କୋଟିର ବାର୍ଷିକ ବଜେଟ୍ ଉପରେ ଗୃହରେ ବିଭାଗୀୟ ଷ୍ଟାଣ଼୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ଆଇନ ଶୃଙ୍ଖଳା ନାଁରେ ରାଜରାସ୍ତାରେ ଅରାଜକତା କରିଥିବା ବିରୋଧୀଦଳ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଗୃହ ଅଚଳ କରିବାକୁ ରଣନୀତି କରିଛି । ସେପଟେ ଗ୍ୟାସ ଦର ବୃଦ୍ଧି, କୃଷକ ମାରଣ ନୀତି ପ୍ରସଙ୍ଗରେ ବିଜେପିକୁ ଘେରିବ ବିଜେଡି ।ମାର୍ଚ୍ଚ ୩୧ ତାରିଖରେ ଗୃହରେ ପାରିତ ହେବ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.