ଏଯାଏ ସ୍ୱାଭାବିକ ସ୍ଥିତିକୁ ଫେରିନାହିଁ ପାଠପଢା, ଚଳିତ ଥର ବି ହୋଇନପାରେ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର(କେନ୍ଯୁଜ୍): ଏଥର ହୋଇନପାରେ ଛାତ୍ର ସଂସଦ ନିର୍ବାଚନ । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି। ପାଠପଢା ସ୍ୱାଭାବିକ ସ୍ଥିତିକୁ ଫେରିନାହିଁ । ସେମିଷ୍ଟର ପରୀକ୍ଷା ଅଫଲାଇନ ବଦଳରେ ଅନଲାଇନରେ କରାଯାଉଛି ।
ଏବେ ବି ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହୋଇନାହିଁ । ଏଭଳି ସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ ହେବା ସମ୍ଭାବନା କମ୍ ରହିଛି। ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।