ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଳ ନିଷ୍କାସନ ସମସ୍ୟା: ମେୟର କହିଲେ ସ୍ଥାୟୀ ସମାଧାନ କରାଯିବ

କଟକ(କେନ୍ୟୁଜ୍):  ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଳ ନିଷ୍କାସନରେ ସମସ୍ୟା ନେଇ ସ୍ଥିତି ଅନୁଧ୍ୟାନ । ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ମେୟର ସୁବାସ ସିଂ, ବିଧାୟକ ସୌଭିକ ବିଶ୍ୱାଳ ଓ ସିଏମ୍‌ସି କମିଶନର । ବର୍ଷା ଲାଗି ରହୁଥିବାରୁ ହଷ୍ଟେଲରେ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ଛାତ୍ରାବାସ ଅନ୍ତେବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜାଇକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଏହି ଅସୁବିଧା ଉପୁଜିଛି। ବହୁତ ଶୀଘ୍ର ଜାଇକା କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଯିବ । ରେଭେନ୍ସା କ୍ୟାମ୍ପସ୍‌ ଭିତର ଓ ବାହାର ଡ୍ରେନ୍‌ରେ ଜଳ ନିଷ୍କାସନ ସମସ୍ୟା ଅଛି । ଏ ଦିଗରେ କାର୍ଯ୍ୟ ହେବ ବୋଲି କଟକ ମେୟର ସୂଚନା ଦେଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥିବା ପାଣି ନିଷ୍କାସନ ସମସ୍ୟା ଯଥା ଶୀଘ୍ର ସମାଧାନ କରାଯିବ ବୋଲି କଟକ ମେୟର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.