ଆସନ୍ତା ଶିକ୍ଷାବର୍ଷରୁ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ଆରମ୍ଭ ହେବ ଏମବିବିଏସ୍‌ ପାଠ୍ୟକ୍ରମ

ପୁରୀ(କେନ୍ଯୁଜ୍): ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ଆରମ୍ଭ ହେବ ଏମବିବିଏସ୍‌ ପାଠ୍ୟକ୍ରମ । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଶିକ୍ଷାଦାନ । ଜାତୀୟ ଭେଷଜ ପରିଷଦ ୧୦୦ ଏମବିବିଏସ୍‌ ଆସନରେ ନାମ ଲେଖାଇବା ଅନୁମୋଦନ ପ୍ରଦାନ କରିଛି । ଏନଏମସି ଅନୁମୋଦନ ଦେବା ପରେ ଆସନ୍ତା ଶିକ୍ଷାବର୍ଷରୁ ପୁରୀ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହେବ ।

ଏନଏମସିର ଅନୁମୋଦନ ମିଳିବା ପରେ ରାଜ୍ୟରେ ସରାକାରୀ ଭେଷଜ ମହାବିଦ୍ୟାଳୟରେ ଏମବିବିଏସ୍‌ ସିଟ୍‌ ସଂଖ୍ୟା ୧୦୫୦ ରୁ ୧୧୫୦କୁ ବୃଦ୍ଧି ପାଇଛି । ଏବେ କଟକ ବଡ ଡାକ୍ତରଖାନା, ବୁର୍ଲା ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ, ଏବଂ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବୀଦ୍ୟାଳୟରେ ୨୫୦ ଲେଖାଏ MBBS ଆସନ ରହିଛି । ପୁରୀ ଭେଷଜ ମହାବିଦ୍ୟାଳୟରେ ୧୦୦ ଏମବିବିଏସ୍‌ ଆସନରେ ନାମ ଲେଖାଇବାକୁ ଅନୁମତି ମିଳିବା ପରେ ସରକାର ଖୁବଷୀଘ୍ର ୫୦ରୁ ଉର୍ଦ୍ଧ୍ୱ ଡାକ୍ତର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.