ମେଘାଳୟ ଇଷ୍ଟ ଜୟନ୍ତିଆ ହିଲ୍ସ କୋଇଲା ଖଣିରେ ଆଜି ପୁଣି ଆରମ୍ଭ ହେବ ଉଦ୍ଧାର କାମ

ମେଘାଳୟ ଇଷ୍ଟ ଜୟନ୍ତନ୍ତିଆ ହିଲ୍ସ ଜିଲ୍ଲାରେ ଆଜି ପୁଣି ଆରମ୍ଭ ହେବ ଉଦ୍ଧାର କାମ। ୧୮ ଦିନ ହେଲା ଖଣି ଭିତରେ ରହିଛନ୍ତି, ୧୫ ଶ୍ରମିକ। ସେମାନଙ୍କ ବଂଚୀବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ହାଇପାୱାର ପମ୍ପ ଧରି ଓଡ଼ିଶାରୁ ଉଦ୍ଧାରକାରୀ ଦଳ ଦିନକ ତଳୁ ପହଞ୍ଚିଛି । ବିଶାଖପାଟଣାରୁ ନୈାସେନା ବୁଡାଳି ପହଞ୍ଚି ଉଦ୍ଧାର କାର୍ୟ୍ୟ କରୁଛନ୍ତି । ଓଡ଼ିଶା ଅଗ୍ନିଶମ ବିଭାଗର ୨୧ ଜଣିଆ ଓ ନାଭିର ୧୮ ଜଣିଆ ଟିମ୍ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛନ୍ତି। ଗତକାଲି ଉଭୟ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । କିନ୍ତୁ ନୌସେନା ବୁଡାଳି ଖଣି ଭିତରକୁ ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି। ତେବେ ର୍ୟାଟ ହୋଲରେ ପ୍ରବେଶ କରିପାରିନାହାନ୍ତି । କାମ କରୁଥିବା ବେଳେ ହଠାତ ପାଣି ପସିଯାଇଥିଲା । ଶ୍ରମିକଙ୍କ ମଧ୍ୟରୁ କିଛି ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ୧୫ ଜଣ ଫସି ରହିଛନ୍ତି । ଖଣିରେ ବନ୍ୟା ପାଣି ରହିଥିବାରୁ ଉଦ୍ଧାର କାଯ୍ୟର୍ରେ ଅସୁବିଧା ହେଉଛି ।