ଭିଟାମାଟି ଅଭିମୁଖେ ବାହାରିଲେ ପ୍ରବାସୀ, ଟ୍ରେନରେ ଜାଗା ନଥିବାରୁ ଅଧା ରାସ୍ତାରୁ ଫେରିଗଲେ

ବାଙ୍ଗାଲୋର: ମନରେ ଥିଲା ଘରକୁ ଫେରିବାର ଖୁସି | କିନ୍ତୁ ଏହି ଖୁସି ବେଶୀ ସମୟ ପର୍ଯ୍ୟନ୍ତ ରହିଲାନି । ଅଧାରାସ୍ତାରୁ ନିରାଶ ହୋଇ ଫେରିବାକୁ ପଡିଥିଲା ଶ୍ରମିକ ମାନଙ୍କୁ । ଏପରି ଘଟଣା ଘଟିଛି ବାଙ୍ଗାଲୋରରେ । ବାଙ୍ଗାଲୋରରୁ ଓଡିଶା ଫେରିବା ପାଇଁ ପୋଲିସ ସହାୟତାରେ ୫୦୦ରୁ ଉର୍ଦ୍ଧ୍ବ ଓଡ଼ିଆ ଶ୍ରମିକ ବସ ଯୋଗେ ଷ୍ଟେସନକୁ ଆସିଲେ । କିନ୍ତୁ ଅଧାରାସ୍ତାରେ ସେମାନଙ୍କୁ କୁହାଗଲା ଟ୍ରେନରେ ଯାତ୍ରୀ ଫୁଲ ହୋଇଗଲେଣି ତମେ ମାନେ ଫେରିଯାଅ । ଏପରି ଘଟଣା ଘଟିଛି ବେଙ୍ଗାଳୁରୁର କୋଣନାକେଣ୍ଟ ପୋଲିସ ଷ୍ଟେସନ ଅଂଚଳରେ ।

ଗତକାଲି ଓଡିଶା ଅଭିମୁଖେ ସ୍ପେଶାଲ ଟ୍ରେନ ଚାଲିବା ନେଇ ପୋଲିସ ଜରିଆରେ ସୂଚନା ଦିଆଯାଇଥିଲା । ସେମାନଙ୍କୁ ଟୋକନ ଦିଆଯାଇ ଷ୍ଟେସନକୁ ମଧ୍ୟ ନିଆ ଯାଇଥିଲା । କିନ୍ତୁ ଟ୍ରେନରେ ଆଉ ସିଟ ନଥିବା ଦର୍ଶାଇ ସେମାନଙ୍କୁ ଅଧା ରାସ୍ତାରୁ ଫେରେଇ ନିଆଯାଇଥିଲା । ଏପରି ସ୍ଥିତିରେ କଣ କରିବେ ସେନେଇ ଚିନ୍ତାରେ ଅଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ | ସେମାନଙ୍କ ପାଖରେ ପାଖରେ ପଇସା ନାହିଁ କି ରହିବାକୁ ସ୍ଥାନ ମଧ୍ୟ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.