Below header

ଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା, ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ବାତିଲକୁ ନେଇ ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା । ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । CBSE ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ପରେ ନିଷ୍ପତ୍ତି ହେବ, କେଉଁ ଆଧାରରେ ମାର୍କ ଦିଆଯିବ । ଡେଡଲାଇନ ଅନୁସାରେ ଫଳ ପ୍ରକାଶ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ, ଆମେ ମଧ୍ୟ ସେହି ସମୟରେ ରେଜଲ୍ଟ ପ୍ରକାଶ କରିବୁ ବୋଲି ସେ କହିଛନ୍ତି । ରାଜ୍ୟରେ ଛାତ୍ରଛାତ୍ରୀ ମାନେ ଯେମିତି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ ଗଠନ ହେବ କମିଟି । କମିଟିରେ କିଏ ରହିବେ, ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.