ଟାଇଗର ଶ୍ରଫ ପାଲଟିଲେ ଡେଭିଡ ୱାର୍ଣ୍ଣର, ଆଲିଆଙ୍କ ସହିତ ‘ହୁକ୍ ଅପ୍’ ଗୀତରେ କଲେ ଡ୍ଯାନ୍ସ

ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ଏହା ସହିତ ନିଜ ଫନି ଅନ୍ଦାଜ ପାଇଁ ମଧ୍ୟ ବହୁତ ଜଣାଶୁଣା ୱାର୍ଣ୍ଣର। ଏଥିପାଇଁ ଭାରତରେ ତାଙ୍କ ଫ୍ଯାନ ଫଲୋଇଂ ମଧ୍ୟ କିଛି କମ୍ ନୁହେଁ। ପୁଣି ଥରେ ଭାରତୀୟ ଫ୍ଯାନଙ୍କୁ ଚକିତ କରିଦେଇଛନ୍ତି ୱାର୍ଣ୍ଣର।

ୱାର୍ଣ୍ଣର ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ରିଫେସ ଆପ୍ ଜରିଆରେ ନିଜକୁ ଟାଇଗର ଶ୍ରଫ କରି ଆଲିଆ ଭଟ୍ଟଙ୍କ ସହିତ ‘ଷ୍ଟୁଡେଣ୍ଟ ଅଫ ଦ ଇଅର ୨’ର ଗୀତ ହୁକ୍ ଅପ୍ ରେ ନାଚୁଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by David Warner (@davidwarner31)

ୱାର୍ଣ୍ଣରଙ୍କର ଏହି ଅନ୍ଦାଜ କ୍ରିକେଟ ପ୍ରେମୀଙ୍କୁ ବହୁତ ପସନ୍ଦ ଆସିଛି। ଲୋକେ ଭିଡିଓକୁ ଲାଇକ ଓ ସେୟାର କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.