ଭିକ୍ଷା ମାଗି ପେଟ ପୋଷୁଥିବା ବୃଦ୍ଧାଙ୍କ ଘରୁ ମିଳିଲା ଲକ୍ଷାଧିକ ଟଙ୍କା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜମ୍ମୁ କାଶ୍ମୀରର ଏକ ଏମିତି ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିକ ମାଗି ଚଳୁଥବା ଏକ ବୃଦ୍ଧାଙ୍କ ଚାଳ ଘରୁ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି । ରାସ୍ତା କଡ଼ରେ ରହୁଥିବା ଏହି ବୃଦ୍ଧା ପାଖାପାଖି ୩୦ ବର୍ଷ ହେବ ଭିକ ମାଗି ଚଳୁଥିଲେ ।

ସରକାରଙ୍କ ପକ୍ଷରୁ ଯେବେ ଏହି ସ୍ଥାନରେ ଥିବା ଘରକୁ ହଟେଇବା ପାଇଁ ନିର୍ଦ୍ଦେଶ ଆସିଲା । ପରେ ଏମିତି ଘଟଣା ଘଟିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ବୃଦ୍ଧାଙ୍କ ଏହି ଘରୁ ପାଖାପାଖି ୨ଲକ୍ଷ ୬୦ ହଜାର ଟଙ୍କା ମିଳିଥିଲା । ଦେଖନ୍ତୁ ଏହି ପୋଷ୍ଟ..

ବୃଦ୍ଧ ମହିଳା ଜଣକ ପେଟ ପୋଷିବା ପାଇଁ ପ୍ରତିଦିନ ଭିକ ମାଗି ଚଳୁଥିଲେ । ଅସୁବିଧା ସମୟରେ ତାଙ୍କୁ ସ୍ଥାନୀୟ ଲୋକ ସାହାଯ୍ୟ ମଧ୍ୟ କରିଥାନ୍ତି । କିନ୍ତୁ ଏହି ଘଟଣା ପରେ ଏବେ ବୃଦ୍ଧା ମହିଳା ଜଣକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ପ୍ରଶାସନିକ କର୍ମଚାରୀ ବୃଦ୍ଧାଙ୍କ ଖଟ ତଳୁ ମଧ୍ୟ ଅନେକ ଅର୍ଥରାଶି ପାଇଥିଲେ । ଯାହା ଛୋଟ ଛୋଟ ଲଫାପା ମଧ୍ୟରେ ବନ୍ଧା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.