ବିଶ୍ୱ ପରିବେଶ ଦିବସରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ

ପୁରୀ : ବିଶ୍ୱ ପରିବେଶ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି ।

ବାଲୁକାକଳାରେ ବୃକ୍ଷ ରୋପଣର କରିବାର ଦୃଶ୍ଯ ଦେଖାଇବା ସହିତ ଧରିତ୍ରୀ ମାତା କିପରି ସବୁଜିମାରେ ଭରପୂର ହୋଇ ପରିବେଶ ଅତ୍ୟନ୍ତ ସରସ ସୁନ୍ଦର ଏବଂ ମନୋଲୋଭା ହେବ ଓ ଭରପୁର ମାତ୍ରାରେ ସମସ୍ତେ ଗଛ ଲଗାଇଲେ ଏହି ମହାମାରି ସମୟରେ ଅମ୍ଳଜାନର ଅଭାବ ରହିବ ନାହିଁ ଏହି ସୁନ୍ଦର ବାର୍ତ୍ତା ମାନସ ତାଙ୍କ ବାଲୁକାକୃତି ମାଧ୍ୟମରେ ବର୍ଣ୍ଣନା କରିଛନ୍ତି।

ଏହି ବାଲୁକାକଳା ନର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳାଟି ୨୦ ଫୁଟ୍‌ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍‌ ବାଲି ଉପଯୋଗ କରାଯାଇଛି। ଏଥିରେ ସେ “World Environment Day” ର ବାର୍ତ୍ତା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.