ଥମୁନି ଲଜ୍ଜା : ଗର୍ଭନଷ୍ଟ ପାଇଁ ଉଦ୍ୟମ ବେଳେ ଗୁରୁତର ଅସୁସ୍ଥ ହେଲେ ନାବାଳିକା

କନ୍ଧମାଳ (କେନ୍ୟୁଜ୍) : ପୁଣି ଲଜ୍ଜା। ଗର୍ଭବତୀ ହେଲେ ଆଉ ଜଣେ ନାବାଳିକା। ଗର୍ଭନଷ୍ଟ ପାଇଁ ଉଦ୍ୟମ ବେଳେ ଗୁରୁତର ଅସୁସ୍ଥ। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏପରି ଘଟଣା ନଜରକୁ ଆସିଛି। ବର୍ତ୍ତମାନ ନାବାଳିକା ଜଣକ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ନାବାଳିକା ଜଣକ ଗର୍ଭବତୀ ହେବା ଜାଣି ପ୍ରେମିକ ଗର୍ଭପାତ କରାଇବାକୁ କିଛି ଔଷଧ ଦେଇଥିଲା। ଔଷଧ ଖାଇବା ପରେ ନାବାଳିକା ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ତେବେ ଏ ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।