ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଆଉ କେହି ନୁହେଁ ଜଣେ ନାବାଳକ

ପାରଳାଖେମୁଣ୍ଡି : ସାଂଘାତିକ ଅଭିଯୋଗ । ଯାହାକୁ ବିଶ୍ୱାସ କରିବା ମଧ୍ୟ ସହଜ ହେଉ ନାହିଁ । ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । କାଶୀନଗର ଥାନା ଅଞ୍ଚଳରେ ଜଣେ ୮ବର୍ଷର ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ପୋଲିସ୍ ନିକଟରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବଡଦିନ ପାଳନ ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆୟୋଜକମାନେ ଗ୍ରାମର ଛୋଟ ଛୋଟ ପିଲାଙ୍କୁ ମାଇକ ଯୋଗେ ନିମନ୍ତ୍ରଣ ଦେଇଥିଲେ । ମାଇକ୍ରୁ ଡାକରା ଶୁଣି ପୀଡ଼ିତା ନାବାଳିକା ସେଠାକୁ ନାଚିବା ପାଇଁ ଯାଇଥିଲା । ହେଲେ ସେଠାରେ ଏଭଳି ଘଟଣା ଘଟିଲା ଯେ ତାହା ବର୍ଣ୍ଣନା କରିବା କଷ୍ଟକର । କାର୍ଯ୍ୟକ୍ରମରେ ବ୍ୟବହାର ହୋଇଥିବା ଡିଜେ ଅପରେଟ୍ କରୁଥିଲା ଜଣେ ନାବାଳକ । ସେହି ପିଲାଟି କୁଆଡ଼େ ନାବାଳିକାକୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିଲା । ଠିକ୍ ସେହି ସମୟରେ ହିଁ ସେଠାରେ ଆଉ ଜଣେ ନାବାଳିକା ପହଞ୍ଚି ଘଟଣାକୁ ଦେଖି ତୁରନ୍ତ ଗାଁ ଲୋକଙ୍କୁ କହିବାରୁ ସେମାନେ ନାବାଳିକାକୁ ଉଦ୍ଧାର କରିଥିଲେ । ପରେ ଅଭିଯୁକ୍ତକୁ ଗାଁରେ ଅଟକ ରଖିଥିଲେ । ତେବେ ଅଭିଯୁକ୍ତ ଅନ୍ୟ କାହାର ସହାଯ୍ୟରେ ସେଠାରୁ ଖସି ପଳାଇ ପାରିଥିଲା । ଆଜି ସକାଳେ ଗ୍ରାମବାସୀ ଏକାଠି ହୋଇ ଦୋଷୀକୁ ଦଣ୍ଡ ଦେବା ଦାବିରେ ଏଫଆଇଆର ଦେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତ ଚଳାଇଛି ।

କାଶୀନଗର ପୋଲିସ ଥାନାରେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୀତାରାମ ଶତପଥୀ ପହଞ୍ଚି ତଦନ୍ତ କରୁଛନ୍ତି । ପୀଡ଼ିତା ବୟାନ ରେକର୍ଡ଼ କରିବା ସହ ଏକ ପୋକସୋ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ଅଟକ ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.