ଗୋଡାଇ ଗୋଡାଇ ହାଣି ଟ୍ରେନଲଇନରେ ଫିଙ୍ଗିଲେ ଦୁର୍ବୃତ୍ତ, ଅଞ୍ଚଳରେ ଖେଳିଲା ଚାଞ୍ଚଲ୍ୟ

ବାଲେଶ୍ୱର: ସହଦେବ ଖୁଣ୍ଟା ଥାନା ସୋଭାରାମାପୁର ଗେଟ୍ ନିକଟରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଲେ ଦୁର୍ବୃତ୍ତ । ହାଣିବା ପରେ ରେଲ୍ ଲାଇନ୍ କଡ଼ରେ ଫିଙ୍ଗି ଦେଇଛନ୍ତି । ଯୁବକଙ୍କ ପିଠି ପାଖରେ ଗଭୀର ଆଘାତ ଲାଗିଛି । ଟ୍ରେନ ଲାଇନ କଡରେ ଯୁବକଙ୍କୁ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ରକ୍ତ ଜୁଡୁ ଵୁଡୁ ଅବସ୍ଥାରେ ପୋଲିସ ଉଦ୍ଧାର ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଯୁବକ ଜଣକ ବାଲେଶ୍ୱର ସହର ଭାସ୍କରଗଞ୍ଜ୍ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ବଳରାମ ସେଠୀ ବୋଲି ଜଣା ପଡିଛି । ଅନ୍ୟପଟେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟି ଥିବା ତାଙ୍କ ମା’ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.