ଟ୍ରକ ଚାଳକକୁ ଜଙ୍ଗଲରେ ବାନ୍ଧି ନେଇଗଲେ ଟ୍ରକ, ଗାଁ ଲୋକେ ଉଦ୍ଧାର କରି ଆଣିଲେ କାମାକ୍ଷାନଗର ମେଡ଼ିକାଲ

କାମାକ୍ଷାନଗର(କେନ୍ୟୁଜ୍): ଟ୍ରକ ଡ୍ରାଇଭରକୁ ଜଙ୍ଗଲରେ ବାନ୍ଧି ଲୁଟିନେଲେ କୋଇଲା ବୋଝେଇ ଟ୍ରକ । ସ୍ଥାନୀୟ ଲୋକଙ୍କ ଦ୍ବାର ଡ୍ରାଇଭର ଉଦ୍ଧାର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୋଲେରୋ ଗାଡି ଓ ୪ ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି କାମାକ୍ଷାନଗର ଥାନା ବଡମୁକ୍ତାପଶି ନିକଟରେ ଟ୍ରକ ଅଟକାଇ ଲୁଟିନେଲେ ।ଟ୍ରକଟି ହିଙ୍ଗୁଳା ମାଇନ୍ସ ତାଳଚେରରୁ କୋଇଲା ନେଇ ଯାଜପୁର ଡୁବୁରୀକୁ  ଯାଉଥିଲା ।

ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଡ଼ମୁକ୍ତାପଶି ନିକଟରେ ଟ୍ରକକୁ ଅଟକାଇ ଚାଳକ ଦେବଗଡ଼ର ବେଣୁଧର ଭୋଇଙ୍କୁ ନିକଟସ୍ଥ ଜଙ୍ଗଲରେ ବାନ୍ଧି ଟ୍ରକକୁ ଲୁଟି ନେଇଥିଲେ। ଆଜି ସକାଳୁ ଜଙ୍ଗଲକୁ ଯାଇଥିବା ଗାଁ ଲୋକମାନେ ଦେଖିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।ତାଙ୍କ ଠାରୁ ମୋବାଇଲ ପଇସା ସବୁ ଲୁଟି ନେଇଥିବା ଜଣା ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.