ଭୁବନେଶ୍ବର: ରାସ୍ତା ଉପରୁ ଯୁବକଙ୍କୁ ଅପହରଣ କରି ନେଇଗଲେ ଦୁର୍ବୃତ୍ତ, ଅଟକାଇପାରିଲେନି ଲୋକେ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀର ରାଜ ରାସ୍ତାରେ ହାଇ ପ୍ରୋଫାଇଲ ଡ୍ରାମା । ଫିଲ୍ମ ଷ୍ଟାଇଲରେ ଯୁବକଙ୍କୁ ଅପହରଣ କଲେ ଦୁର୍ବୁତ୍ତ। ରାଜଧାନୀରେ ଲକଡାଉନ ଥିବା ସତ୍ତ୍ବେ ଅପରାହ୍ନ ସମୟରେ ଏହି ଡ୍ରାମା ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଭୁବନେଶ୍ୱରର ଡେଲଟା ଛକ ନିକଟରେ ଘଟିଛି ଏଭଳି ଘଟଣା ।

ଜଣେ ପ୍ରତେକ୍ଷ୍ୟଦର୍ଶୀଙ୍କ  କହିବାନୁସାରେ ସନ୍ଧ୍ୟା ସାଢେ ୫ଟା  ସମୟରେ ଦୁଇ ଜଣ ବ୍ୟକ୍ତି ଜଣେ ଯୁବକଙ୍କୁ  ବାଇକ ଧରି ଡେଲଟା ଛକ ନିକଟରେ ଥିବା କାର ପାଖକୁ ନେଇଥିଲେ। ସେହି କାରରେ ଥିବା ୩ ଜଣ ବ୍ୟକ୍ତି ଯୁବକ ଜଣକୁ ଜବରଦସ୍ତ ଗାଡ଼ିରେ ଭର୍ତ୍ତି କରି କୁଆଡେ ନେଇଗଲେ।ସ୍ଥାନୀୟ କିଛି ଲୋକେ ଯୁବକ ଟିକୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ  ମଧ୍ୟ ବିଫଳ ହୋଇଥିଲେ। ଘଟଣା ସ୍ଥଳରେ ଅପହରଣ ହୋଇଥିବା ଯୁବକର ଗୋଟିଏ ଜୋତା ମଧ୍ୟ ପଡି ରହିଥିବା ଦେଖିବାକୁ ମିଳିଛି। ଘଟଣା ଘଟିବା ପରେ   ପୋଲିସ ଘଟଣା ସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.