ମାତ୍ର 39 ଟଙ୍କାରେ ମାସ ସାରା ମାଗଣାରେ କଥା ହୋଇପାରିବେ, ଏହି କମ୍ପାନୀ ଦେଉଛି ଶାନଦାର ଅଫର

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। କମ୍ପାନୀ ନିକଟରେ ଅନଲିମିଟେଡ କଲିଂ ପାଇଁ ନିଜର ସବୁଠାରୁ ଶସ୍ତା ପ୍ରିପେଡ ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହି ପ୍ଲାନର ଦାମ ମାତ୍ର ୩୯ ଟଙ୍କା। ଏହି ପ୍ଲାନକୁ ଆକ୍ଟିଭ କଲେ ୟୁଜର୍ସ ୨୮ ଦିନ ମାଗଣାରେ କଥା ହୋଇପାରିବେ।

୩୯ ଟଙ୍କିଆ ପ୍ଲାନର ଭ୍ୟାଲିଡିଟି ମାତ୍ର ୧୪ ଦିନ ରହିଛି। କିନ୍ତୁ ଜିଓର ଏହି ଖାସ ଅଫର ଅଧୀନରେ ଆପଣଙ୍କୁ ଏକ ପ୍ଲାନ ନେବା ପରେ ଦ୍ଵିତୀୟ ପ୍ଲାନ ଫ୍ରିରେ ମିଳିବ, ଯାହା ପରେ ଆପଣଙ୍କ ପ୍ଲାନର ମୋଟ ବୈଧତା ୨୮ ଦିନ ହୋଇଯିବ। ଏତିକି ନୁହେଁ, କମ୍ପାନୀ ନିକଟରେ ଏହି ପ୍ଲାନ ସହିତ 2.8GB ହାଇ ସ୍ପୀଡ 4G ଡାଟା ଏବଂ ସମସ୍ତ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ୍ସ ଦେବାକୁ ମଧ୍ୟ ଘୋଷଣା କରିଛି।

ଜିଓ ଫୋନର 69 ଟଙ୍କା, 75 ଟଙ୍କା, 125 ଟଙ୍କା, 155 ଟଙ୍କା ଏବଂ 185 ଟଙ୍କିଆ ପ୍ଲାନରେ ବାଏ ୱାନ ଗେଟ ୱାନ ଫ୍ରି ଅଫର ମିଳୁଛି। ଏହାର ଅର୍ଥ, 69 ଟଙ୍କିଆ ପ୍ଲାନରେ ଏବେ ଆପଣଙ୍କୁ ମୋଟ 14GB ଡାଟା ମିଳିବ। ଏହାର ବୈଧତା ୧୪ ଦିନ ବଦଳରେ ୨୮ ଦିନ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.