ଏହି କାରଣରୁ ମଶା-ମାଛି ଭଳି ଆଦି କୀଟପତଙ୍ଗ ଏଠାରେ ଜନ୍ମ ହୁଅନ୍ତି ନାହିଁ

ସାରା ଦୁନିଆରେ ଲୋକ ମଶା ମାଛି ଆତଙ୍କକୁ ନେଇ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏହାକୁ ନେଇ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଉଛି । ଏଥିରୁ ବଞ୍ଚିବା ପାଇଁ ଲୋକ ଅନେକ ଉପାୟ ଆପଣାଉଛନ୍ତି । କିନ୍ତୁ ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠି ମଶା ଆଦି କୀଟ ପତଙ୍ଗକୁ ଖୋଜିଲେ ମଧ୍ୟ ପେଇବେନି ।

ଏହି ଦେଶ ଉତ୍ତର ଆଣ୍ଟଲାଣ୍ଟିକ ମହାସାଗରରେ ସ୍ଥିତ ଏକ ଅ।।ଇସଲ୍ୟାଣ୍ଡ । world atlas ମୁତାବିକ ଏହି ଠାରେ ଖୁବ କମ ଜନ ସଂଖ୍ୟା ରହିଥିବା ବେଳେ ଦେଶରେ ୧୩୦୦ ପ୍ରକାର ଜୀବ ଏଠାରେ ବାସ କରନ୍ତି । କିନ୍ତୁ ଏଠାରେ ମଶା ଭଳି ଆଦି କୀଟ ଦେଖାଯାଆନ୍ତି ନାହିଁ । ରିପୋର୍ଟ ମୁତାବିକ ସ୍କଟଲ୍ୟାଣ୍ଡ , ଡେନମାର୍କ ଭଳି ପଡ଼ୋଶୀ ଦେଶରେ ମଶାମାଛି ଆଦି କୀଟ ପତଙ୍ଗ ରହିଥାନ୍ତି । କିନ୍ତୁ ରିସର୍ଚ୍ଚର ମାନେ ବିଶେଷ ସୂତ୍ରରୁ ଆଇସଲ୍ୟାଣ୍ଡରେ ମଶା ମାଛିର ଅନୁପସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ।

ପ୍ରକୃତରେ ମଶାମାଛିର ଉତ୍ପନ୍ନ ଅଳିଆ ଆବର୍ଜନାରୁ ହୋଇଥାଏ । ଗୋଟିଏ ସ୍ଥାନରେ ପାଣି ଜମା ହୋଇ ରହିଲେ ଏମାନଙ୍କର ସୃଷ୍ଟି ହୁଏ । ଏହି ଆଇସଲ୍ୟାଣ୍ଡରେ ପାଣି ଜମାକୁ ନେଇ କୌଣସି ସମସ୍ୟା ଦେଖାଯାଏ ନାହିଁ । ଥଣ୍ଡା ସ୍ଥାନ ଯୋଗୁଁ ଏଠାରେ କମ ତାପମାତ୍ରା ରହିଥାଏ । ଯାହାଦ୍ୱାରା ପାଣି ବରଫରେ ପରିଣତ ହୋଇଥାଏ । ଏଥିାପଇଁ ମଶା ମାଛି ଭଳି କୀଟ ପତଙ୍ଗ ସୃଷ୍ଟି ହୋଇପାରନ୍ତି ନାହିଁ । ଅଧିକ ଭାବେ ଏଠାରେ ତାପମାତ୍ରା ୩୮ଡିଗ୍ରୀ ସେଲସିୟସ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.