Below header

ନୀତି ମୋହନଙ୍କ ଘରେ ଶୁଭିଲା କୁଆଁ କୁଆଁ ଡାକ, ମାଉସୀ ଶକ୍ତି ମୋହନ ଖୁସିରେ ପାଗଳ ହୋଇ ଲେଖିଲେ ଏମିତି କିଛି

ବଲିଉଡ ପ୍ଲେବ୍ୟାକ ସିଙ୍ଗର ନୀତି ମୋହନ ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ନୀତି ମୋହନଙ୍କ ସ୍ୱାମୀ ନିହାର ପାଣ୍ଡ୍ୟା ସ୍ତ୍ରୀଙ୍କ ସହିତ ଫଟୋ ସେୟାର କରି ଏହି ଗୁଡ ନ୍ୟୁଜ ଦେଇଛନ୍ତି। ନିହାର ଫ୍ୟାନମାନଙ୍କୁ କହିଛନ୍ତି କି, ନୀତି ଏକ ସୁନ୍ଦର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ନିହାର ପାଣ୍ଡ୍ୟା ଫଟୋରେ ନୀତିଙ୍କ ମଥାକୁ କିସ କରୁଥିବା ନଜର ଆସୁଛନ୍ତି। ନିହାର କ୍ୟାପସନରେ ଲେଖିଛନ୍ତି, ‘ମୋ ସୁନ୍ଦର ପତ୍ନୀ ମୋତେ ମଉକା ଦେଇଛି କି, ଆମେ ଆମ ସୁନ୍ଦର ପୁଅକୁ ସେ ସବୁ ଶିଖାଇ ପାରିବୁ, ଯାହା ମୋତେ ମୋ ବାପା ଶିଖାଇଥିଲେ। ସବୁଠୁ ଜରୁରୀ କଥା, ନୀତି ଓ ଆମ କୁନିପୁଅ ଦୁଇଜଣ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି’।

ସେପଟେ ନିହାରଙ୍କ ପୋଷ୍ଟ ପରେ ଗୌହର ଖାନ, ହର୍ଷଦୀପ କୌର, ତାହିରା କାଶ୍ୟପ ଓ ସାନିଆ ମିର୍ଜାଙ୍କ ସମେତ ଅନେକ ସେଲିବ୍ରିଟି ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି।

ସେହିପରି ନୀତିଙ୍କ ଭଉଣୀ ଶକ୍ତି ମୋହନ ମାଉସୀ ହେବା ପରେ ଖୁସିରେ ପାଗଳ ହୋଇ ଉଠିଛନ୍ତି। ସେ ଲେଖିଛନ୍ତି, ‘ମୁଁ ବହୁତ ବହୁତ ବହୁତ ଖୁସି। ନୂଆ ମମ୍ମି, ପାପା ଓ ପୂରା ପରିବାରକୁ ବହୁତ ବହୁତ ଶୁଭକାମନା। ମୋତେ ଏମିତି କେବେ ଅନୁଭବ ହୋଇନାହିଁ। ମୁଁ ମାଉସୀ ହୋଇଗଲି। ମୁଁ ତୁମକୁ ବିଗାଡ଼ିବା ପାଇଁ ପ୍ରସ୍ତୁତ ଛୁଟକୁ। ମାଉସୀ ସହିତ ପାର୍ଟି କରିବା ପାଇଁ ପ୍ରସ୍ତୁତ ହୋଇଯାଅ’।

 

View this post on Instagram

 

A post shared by Nihaar Pandya (@nihaarpandya)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.