ରଜରେ ଦୁର୍ବୃତ୍ତ କଲେ ଗଜର ହତ୍ୟା, ଦୁଇ ହାତୀକୁ ମାରି କାଢିନେଲେ ଦାନ୍ତ

କେନ୍ଦୁଝର(କେନ୍ୟୁଜ୍):  ସଙ୍କଟରେ ଗଜରାଜ । ଦୁଇଟି ହାତୀଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧିନସ୍ତ ବୈତରଣୀ ସଂରକ୍ଷିତ ଜଙ୍ଗଲ ଗୁରୁବେଡା ନିକଟରେ ରେ ଦୁଇଟି ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ଦନ୍ତା ହାତୀ ।  ଦୁଇଟିଙ୍କୁ  ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଦୁର୍ବୃତ୍ତ ହତ୍ୟା କରିବା ପରେ ଦନ୍ତା ହାତୀର ଦାନ୍ତ କାଟି ନେଇଛନ୍ତି । ଘଟଣାସ୍ଥଳରେ କେନ୍ଦୁଝର ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି । ବିଷ କିମ୍ବା କରେଣ୍ଟ ଦେଇ ହାତୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ହାତୀ ଦ୍ବୟର ମୃତ୍ୟୁ ବିଷ ପ୍ରକ୍ରିୟାରେ କିମ୍ବା ବିଦ୍ୟୁତରେ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜଙ୍ଗଲ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.