ଯାଜପୁର: ହରିପୁର ବଜାରରୁ ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଯାଜପୁର(କେନ୍ୟୁଜ): ପୁଣି ମାତିଲେ ଏଟିଏମ ଲୁଟେରା। ଯାଜପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହରିପୁର ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଦୁର୍ବୃତ୍ତ ମାନେ ଏଟିଏମ ସଟର ତାଡି ମେସିନ ଭାଙ୍ଗି ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି। ଆଜି ସକାଳୁ ସ୍ଥାନୀୟ ବ୍ୟବସାୟୀ ଏଟିଏମ ମେସିନ ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଏଥିସହ ନିକଟସ୍ଥ ସିସି ଟିଭି ଫୁଟେଜକୁ ଜବତ କରିଛି।

ସିସିଟିଭି ଫୁଟେଜରେ ରାତି ୧୨ଟା ୫୭ମିନିଟରୁ ୧ଟା ୧୩ମିନିଟ ମଧ୍ୟରେ ଏହି ଲୁଟ ହୋଇଥିବା ଜଣାପଡିଛି। ଏଥିରେ ସାର୍ଟ ପ୍ୟାଣ୍ଟ ପିନ୍ଧା ୪ଜଣ ଦୁର୍ବୁତ୍ତ ନଜରକୁ ଆସୁଛନ୍ତି। ତେବେ ୪ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ଦିନ ତଳେ ଧର୍ମଶାଳା ଥାନା ନେଉଳପୁର ବଜାରରେ ଏସବିଆଇ ଏଟିଏମକୁ ସମ୍ପୂର୍ଣ୍ଣ ଭାବେ ଲୁଟି ନେଇଥିଲେ ଦୁର୍ବୁତ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.