ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା-କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର-ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମାମାଡ। ପୂର୍ବତନ ସମିତି ସଭ୍ଯ ହେଲେ ଅଶ୍ୱିନୀ କୁମାର ପରିଡା।

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା-କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର-ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମାମାଡ। ପୂର୍ବତନ ସମିତି ସଭ୍ଯ ହେଲେ ଅଶ୍ୱିନୀ କୁମାର ପରିଡା। ବୋମାମାଡରେ ଘର ଆଗରେ ଗ୍ଯାରେଜରେ ଥିବା ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଗତକାଲି ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ବୋମା ମାଡ଼ କରିଥିବା ଜଣାପଡିଛି।

ସୂଚନା ମୁତାବକ ଅଶ୍ୱିନୀ ପରିଡା ଗତକାଲି ରାତି ୧୧.୩ ରେ ଘରେ ଶୋଇଥିବା ବେଳେ ୩ଜଣ ଆସି ଘରର କବାଟ ବାଡେଇଥିଲେ। ଅଶ୍ୱିନୀ କବାଟ ଖୋଲିବା ମାତ୍ରେ ୩ଜଣ ଦୁର୍ବୃତ୍ତ ହାତର ଧରିଥିବା ବିଭିନ୍ନ ପ୍ରକାରର ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ବଞ୍ଚାଇ ଅଶ୍ୱିନୀ ଘର ଭିତରକୁ ପଳାଇଯାଇ ଥିଲେ। ଦୁର୍ବୃତ୍ତ ମାନେ ଘରକୁ ବୋମାମାଡ କରିବା ସହ ଘର ଆଗରେ ଥିବା ଗାଡିଟି ଜଳିଯାଇଥିଲା। ତେବେ ଆଜି ଅଶ୍ୱିନୀ ଏନେଇ ତୁମୁସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି। ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.