ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ସେଲ୍ଫି ନେଇ ଟ୍ଵିଟରରେ ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ହେଉଛି ଭାଇରାଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୮ରେ ଚେନ୍ନାଇ ଗସ୍ତରେ ଥିବାବେଳେ ସେଠାରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ସମୟରେ ଜଣେ ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ନେଇଥିବା ସେଲ୍ଫି ଏବେ ଖୁବ୍‌ ଚର୍ଚ୍ଚାରେ ଅଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୮ରେ ଚେନ୍ନାଇରେ ଥିବାବେଳେ ସେଠାରେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ରୋଡ୍‌ ଶୋ’ କରିଥିଲେ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ। ଯଦିଓ ଏହି ସମୟରେ ଜଣେ ଦିବ୍ୟାଙ୍ଗ କାର୍ଯ୍ୟକର୍ତ୍ତାଙ୍କ ସହ ପିଏମ୍‌ ମୋଦିଙ୍କ ସେଲ୍ଫି ଖୁବ୍‌ ଚର୍ଚ୍ଚାରେ ରହିଛି।

ପିଏମ୍‌ ମୋଦି ନିଜେ ଟ୍ଵିଟ୍‌ କରି କାର୍ଯ୍ୟକର୍ତ୍ତାଙ୍କ ସହ ନେଇଥିବା ସେଲ୍ଫି ଫଟୋକୁ ସେୟାର କରିଛନ୍ତି। ମୋଦି ସେୟାର କରିବା ପରେ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ନେଇ କିଛି ଲୋକ ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି ଲେଖିଛନ୍ତି ଯେ ‘ଖାସ୍‌ ସେଲ୍ଫି। ଚେନ୍ନାଇରେ ଥିରୁ ଏସ୍‌. ମଣିକନ୍ଦନଙ୍କ ସହ ମୋର ଭେଟ ହୋଇଛି। ସେ ‘ଇରୋଡ୍‌’ର ଜଣେ କାର୍ଯ୍ୟକର୍ତ୍ତା, ଯିଏକି ବୁଥ୍‌ ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ଦିବ୍ୟାଙ୍ଗ ଏବଂ ନିଜର ଏକ ଦୋକାନ ଚଳାଉଛନ୍ତି। ସବୁଠାରୁ ପ୍ରେରକ କଥା ହେଉଛି ଯେ ସେ ନିଜର ଦୈନିକ ଲାଭର ଏକ ବଡ଼ ଭାଗ ବିଜେପିକୁ ଦେଉଛନ୍ତି। ମୋତେ ଏମିତି ଦଳରେ କାର୍ଯ୍ୟକର୍ତ୍ତା ହେବାରେ ବହୁତ ଗର୍ବ ଅନୁଭବ ହେଉଛି, ଯେଉଁଠି ଆମ ପାଖରେ ଥିରୁ ଏସ୍‌. ମଣିକନ୍ଦନଙ୍କ ପରି ଲୋକ ଅଛନ୍ତି’।

ଜଣେ ୟୁଜର ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ଆପଣ ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ ଦେଇଛନ୍ତି, ତାହା ବହୁତ ପ୍ରଶଂସନୀୟ। ଏହାଦ୍ୱାରା ସମସ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଦମ୍ଭ ବଢ଼ିବ’। ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ମୋଦି ଶନିବାର ତେଲେଙ୍ଗାନା ଓ ତାମିଲନାଡ଼ୁ ଗସ୍ତରେ ଥିଲେ।