ବେକରେ ଗାମୁଛା ଲଗାଇ ଜୀବନ ହାରିଲେ କଏଦୀ, ମାନସିକ ରୋଗୀ ବୋଲି କହିଲେ ଜେଲ କର୍ତ୍ତୃପକ୍ଷ

ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜମଘାଟି ଗାଁର ରବୀନ୍ଦ୍ର ମେହେର । ସେ ଆଜୀବନ କାରାଦଣ୍ଡ ସଜା ଭୋଗୁଥିଲେ । ଜେଲ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ବୌଦ୍ଧ (କେନ୍ୟୁଜ): ଜେଲରେ କଏଦୀଙ୍କ ଆତ୍ମହତ୍ୟା । ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି । ମୃତକ ଜମଘାଟି ଗାଁର ରବୀନ୍ଦ୍ର ମେହେର । ସେ ଆଜୀବନ କାରାଦଣ୍ଡ ସଜା ଭୋଗୁଥିଲେ । ଜେଲ ଭିତରେ ଥିବା ଶୌଚାଳୟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୨୦୧୫ ମସିହାରେ ନିଜ ପରିବାରର ଦୁଇଜଣଙ୍କୁ ହତ୍ୟା କରି ଜେଲକୁ ଆସିଥିଲେ । ୨୦୧୮ରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଜିଲ୍ଲା କୋର୍ଟ । ରବୀନ୍ଦ୍ର ଜଣେ ମାନସିକ ଚିକିତ୍ସିତ ରୋଗୀ ବୋଲି କହିଛନ୍ତି ଜେଲ କର୍ତ୍ତୃପକ୍ଷ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇ ସାରିବା ପରେ ଶୌଚାଳୟକୁ ଯାଇଥିଲେ ରବୀନ୍ଦ୍ର। କିନ୍ତୁ ଆଉ ଫେରି ନଥିଲେ। କିଛି ସମୟ ପରେ ଅନ୍ୟ କଏଦୀମାନେ ତାଙ୍କୁ ଶୌଚାଳୟରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ଘଟଣା ସଂପର୍କରେ ଖବର ପାଇ ଜେଲ୍ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ପରେ ରବୀନ୍ଦ୍ରଙ୍କ ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହଟିକୁ ତଳକୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.