Below header

ବ୍ରହ୍ମଗିରି ଅରଖକୁଦା ଗାଁରେ ବିସ୍ପୋରଣ, ଯୁବତୀ ଗୁରୁତର

ପୁରୀ ଜିଲ୍ଲା ବ୍ରହ୍ମଗିରି ଅରଖକୁଦା ଗାଁରେ କେମିକାଲ ବିସ୍ପୋରଣ ହୋଇଛି। ଗୁରୁତର ଯୁବତୀ ମାମାଲି ବେହେରାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଡଙ୍ଗା ଫାଇବରରେ ବ୍ୟବହୃତ କେମିକାଲ ଘରେ ରହିଥିଲା।

ପୁରୀ (କେନ୍ୟୁଜ): ପୁରୀ ଜିଲ୍ଲା ବ୍ରହ୍ମଗିରି ଅରଖକୁଦା ଗାଁରେ କେମିକାଲ ବିସ୍ପୋରଣ ହୋଇଛି। ଫଳରେ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଯୁବତୀ ମାମାଲି ବେହେରାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ଡଙ୍ଗା ଫାଇବରରେ ବ୍ୟବହୃତ କେମିକାଲ ଘରେ ରହିଥିଲା। ଆଜି ଅପରାହ୍ନରେ କୌଣସି କାରଣରୁ ତାହା ବିସ୍ପୋରଣ ହେବାରୁ ମାମାଲିଙ୍କ ମୁହଁ ଓ ଶରୀରର ଅନ୍ୟାନ୍ୟ ସ୍ଥାନ ପୋଡ଼ି ଯାଇଛି। ତାଙ୍କୁ ଗାଁରୁ ସିଧାସଳଖ ପୁରୀ ହସ୍ପିଟାଲ ଅଣାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.