ଅନୁଗୁଳ : ସିସିଟିଭି ଭାଙ୍ଗିଲେ, ହାର୍ଡଡିସ୍କ ଚୋରାଇ ଲୁଟି ନେଲେ ବ୍ୟାଙ୍କ

ଅନୁଗୁଳ (କେନ୍ୟୁଜ୍‌) : ଅନୁଗୁଳ ଜିଲ୍ଲା ବନ୍ତଳା ଷ୍ଟେଟ୍‌ବ୍ୟାଙ୍କରୁ ଲୁଟ୍‌ । ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କ ମ୍ୟାନେଜରଙ୍କ ରୁମ୍‌ ଭାଙ୍ଗି ଭିତରେ ପଶିଥିଲେ । ସେମାନେ ସିସିଟିଭିକୁ ଭାଙ୍ଗି ଦେବା ସହ ଏହାର ହାର୍ଡଡିସ୍କ ମଧ୍ୟ ଚୋରାଇ ନେଇଛନ୍ତି । ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍‌ କରିଛନ୍ତି ସେ ସମ୍ପର୍କରେ ପୋଲିସ୍‌ ଏବେ ତଦନ୍ତ କରୁଛି । ପୂର୍ବରୁ ୨୦୧୮ ମସିହା ଏପ୍ରିଲ୍‌ ୧୭ ତାରିଖରେ ମଧ୍ୟ ଏହି ବ୍ୟାଙ୍କରୁ ଲୁଟ୍‌ ହୋଇଥିଲା ।