ମେଡିକାଲ ଯାଇଥିବା ବେଳେ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ଝିଅ ବାହାଘର ଅଳଙ୍କାର

କଟକ ବଡ଼ ମେଡିକାଲ ଯାଇଥିବା ବେଳେ ଘରେ କଳା କନା ବୁଲାଇ ଦେଲେ ଦୁର୍ବୃତ୍ତ।  ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାରକୁ ନେଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ବାଲିପାଟଣା ଗାଁରେ ।

କଟକ ବଡ଼ ମେଡିକାଲ ଯାଇଥିଲା ବେଳେ ଘରେ କଳା କନା ବୁଲାଇ ଦେଲେ ଦୁର୍ବୃତ୍ତ।  ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାରକୁ ନେଇଗଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ବାଲିପାଟଣା ଗାଁରେ ।

ଏହି ଗ୍ରାମର ରମାକାନ୍ତ ନାୟକ ଗତକାଲି ନିଜ ଦେହ ଅସୁସ୍ଥ ଥିବାରୁ କଟକ ବଡ଼ ଡାକ୍ତରଖାନା ଯାଇଥିଲେ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ । ଏହି ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଘର କବାଟ ଭାଙ୍ଗି ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାରକୁ ଲୁଟି ନେଇଛନ୍ତି।

ଏପରିକି 3 ଟି ରୁମରେ ପସି ଗଡ଼ରେଜ ଭାଙ୍ଗି ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏହି ଖବର ଗ୍ରାମବାସୀଙ୍କ ଠାରୁ ରମାକାନ୍ତ ପାଇ ଘରେ ଆସି ପହଂଚି ଦେଖନ୍ତି ଯେ ଘରେ କିଛି ନାହିଁ । ତେଣୁ ସେ ତୁରନ୍ତ ପୁରୁଣାବଜ଼ାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମ ନେଇ ସେଠାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.