ଗତକାଲି ନିଖୋଜ ଥିଲେ ଯୁବକ, ଆଜି ବିଲରୁ ମିଳିଲା ମୃତଦେହ

ଯୁବକ ଗତକାଲି ନିଖୋଜ ହୋଇଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିଛି । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା କଣ୍ଟାଳିଆ ଗାଁର ମୃତକ ହେଲେ ଶମ୍ଭୁନାଥ ପଢିଆରୀ । ଏକ ଖେତ ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା କଣ୍ଟାଳିଆ ଗାଁର ଜଣେ ଯୁବକ ଗତକାଲି ନିଖୋଜ ହୋଇଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିଛି । ମୃତକ ହେଲେ ଶମ୍ଭୁନାଥ ପଢିଆରୀ । ଏକ ଖେତ ଭିତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲିଠାରୁ ଶମ୍ଭୁନାଥ ନିଖୋଜ ଥିଲେ ।

କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ? ଶମ୍ଭୁନାଥଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଧିକ ଖୋଳତାଡ କରୁଛି କମର୍ଦ୍ଦା ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.