Below header

ତିନି ଦିନ ପରେ ମିଳିଛି ଛାତ୍ରଙ୍କ ମୃତଦେହ, ପାରାଦୀପ ଭୋସକାଲିସ ପଏଣ୍ଟ ସମୁଦ୍ରରେ ଭାସି ଯାଇଥିଲେ

ପାରାଦୀପ (କେ ନ୍ୟୁଜ୍‌) : ତିନି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ । ପାରାଦୀପ ଭୋସକାଲିସ ପଏଣ୍ଟ ସମୁଦ୍ରରେ ସିଦ୍ଧାନ୍ତ ନାମକ ଏହି ଛାତ୍ର ନିଖୋଜ ଥିଲେ । ସମୁଦ୍ର କୂଳରେ ଖେଳୁଥିବା ବେଳେ ଭାସିଯାଇଥିଲେ । ୧୪ ବର୍ଷ ବୟସ୍କ ଛାତ୍ର ସିଦ୍ଧାନ୍ତ ପ୍ରଧାନଙ୍କ ମୃତଦେହ ସାଉଥ ଗେଟ ନିକଟରୁ ମିଳିଛି l

ଯେଉଁ ସ୍ଥାନରେ ସିଦ୍ଧାନ୍ତ ଭାସି ଯାଇଥିଲେ ତାର କିଛି ଦୂରରେ ତାଙ୍କ ମୃତଦେହକୁ ଗତକାଲି ରାତିରେ ଠାବ କରାଯାଇଥିଲା । ଘଟଣା ଜାଣିବା ପରେ ସିଦ୍ଧାନ୍ତଙ୍କ ପରିବାରରେ ଶୋକ ଖେଳି ଯାଇଛି । ଘଟଣା ସ୍ଥଳରେ ଅଭୟଚାନ୍ଦପୁର ପୋଲିସ ଓ ଜଟାଧାରୀ ସାମୁଦ୍ରିକ ଥାନାର ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି ।

PARADIP SEA BEACH

ଗତ ୨୬ ତାରିଖରେ ତ୍ରିଲୋଚନପୁରର ଅଶୋକ ପ୍ରଧାନଙ୍କ ପରିବାର ନିକଟସ୍ଥ ଭୋସକାଲିସ ପଏଣ୍ଟ ସମୁଦ୍ର କୂଳକୁ ବୁଲିବାକୁ ଆସିଥିଲେ l ପରିବାର ସାଥିରେ ଛାତ୍ର ସିଦ୍ଧାନ୍ତ ସମୁଦ୍ରରେ ଲହଡି ଭାଙ୍ଗୁଥିବା ସମୟରେ ଉଚ୍ଚ ଲହଡି ଯୋଗୁ ସମୁଦ୍ର ଭିତରକୁ ଟାଣି ହୋଇ ଯାଇଥିଲେ l ଅଗ୍ନିଶମ ବିଭାଗ, କୋଷ୍ଟଗାର୍ଡ଼ ଓ ଦୁଇଟି ଥାନାର ଅଧିକାରୀ , ଷ୍ଟାଫମାନେ ମିଶି ବହୁ ଖୋଜା ଖୋଜି କରି ଥିଲେ । ଶେଷରେ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା । ତଥାପି ସେମାନେ ଏହି ଅଞ୍ଚଳ ଉପରେ ନଜର ରଖିଥିଲେ l ଗତକାଲି ରାତିରେ ମୃତ ଦେହ ମିଳିବା ପରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.