ଚା’ ଖଟିରେ ବିଧାୟକ : ଲୋକଙ୍କ ସମସ୍ୟା ବୁଝିଲେ, ସମାଧାନ କଲେ

ଆଗକୁ ଆସୁଛି ସାଧାରଣ ନିର୍ବାଚନ ଏବେ ବିଭିନ୍ନ ଚା' ଖଟି ଠୁ ଆରମ୍ଭ କରି ଗାଁ ଗହଳିରେ ଦେଖା ଦେଇଛି ରାଜନୈତିକ ଉଷ୍ମତା । ରାଜନଗର ନିର୍ବାଚନମଣ୍ଡଳୀ ବି ସେଥିରୁ ବାଦ ପଡିନି ।

ପଟ୍ଟାମୁଣ୍ଡାଇ : ଆଗକୁ ଆସୁଛି ସାଧାରଣ ନିର୍ବାଚନ ଏବେ ବିଭିନ୍ନ ଚା’ ଖଟି ଠୁ ଆରମ୍ଭ କରି ଗାଁ ଗହଳିରେ ଦେଖା ଦେଇଛି ରାଜନୈତିକ ଉଷ୍ମତା । ରାଜନଗର ନିର୍ବାଚନମଣ୍ଡଳୀ ବି ସେଥିରୁ ବାଦ ପଡିନି । ଆଜି ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ଏକ ଚା’ ଖଟିରେ ଯୋଗ ଦେଇ ଲୋକଙ୍କ ସମସ୍ୟା ବୁଝିବା ସହିତ ଆଗାମୀ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ଓ ପଟ୍ଟାମୁଣ୍ଡାଇର ବିକାଶ ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ଜନସାଧାରଣଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରିଥିଲେ ।  ଏହି ଆଲୋଚନା ପଟ୍ଟାମୁଣ୍ଡାଇର ବିକାଶରେ ସହାୟକ ହେବ ବୋଲି କହିଥିଲେ ବିଧାୟକ ଧ୍ରୁବ ସାହୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.