ହାର୍ଟ ସମ୍ବନ୍ଧୀୟ ସମସ୍ୟା ଥିଲେ ପ୍ରତିଦିନ ପିଅନ୍ତୁ ଏହି ଆୟୁର୍ବେଦିକ କାଢା, ମିଳିବ ଅନେକ ଫାଇଦା

ଏହି ଆୟୁର୍ବେଦିକ କାଢା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବହୁତ ସାହାଯ୍ୟ କରିଥାଏ । ଏହା ସହ ଶରୀରରେ ଯେକୌଣସି ପ୍ରକାରର ଇନ୍‌ଫେକ୍ସନ୍‌କୁ ରୋକିବା ପାଇଁ ଅର୍ଜୁନ ଗଛ ଚେର ଭଲ କାମ କରେ । ଏହା ବ୍ୟତୀତ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ହାର୍ଟ ସମ୍ବନ୍ଧୀୟ ରୋଗ ପାଇଁ ଅର୍ଜୁନ (ଟର୍ମିନାଲିଆ ଅର୍ଜୁନ) ଗଛ ହେଉଛି ସର୍ବୋତ୍ତମ ଔଷଧ । ଏହି ଗୋଲାପୀ ରଙ୍ଗ ଗଛର ଚେର ହାର୍ଟର ମାଂସପେଶୀକୁ ମଜ୍‌ବୁତ କରିବାରେ ସାହାଯ୍ୟ କରେ ଏବଂ ଟୋନ୍ କରିବା ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ମଧ୍ୟ ଅନେକ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ମାନସିକ, ଭାବନାତ୍ମକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ଅର୍ଜୁନ ଗଛ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ । ସେଥିପାଇଁ ଏହି ଗଛ ବିଷୟରେ ପୂରା କଥା ଜାଣିବା ବହୁତ ଜରୁରୀ । ତାହେଲେ ଆସନ୍ତୁ ଜାଣିବା ଅର୍ଜୁନ ଗଛ ଛାଲି ଖାଇବାର ଲାଭ କ’ଣ ?

ହାର୍ଟ ସମସ୍ୟା ଥିବା ଲୋକାମାନେ ଏହି ପରି ଭାବେ ଅର୍ଜୁନ ଗଛର ଚେର ଖାଇବା ଉଚିତ :
ଆପଣଙ୍କୁ ୧୦୦ ଗ୍ରାମ ଅର୍ଜୁନ ଗଛ ଛାଲିକୁ ପ୍ରାୟ ୮ ଘଣ୍ଟା ପାଇଁ ଭିଜାଇବାକୁ ପଡିବ । ତାପରେ ସେଥିରେ କ୍ଷୀର ମିଶାଇ ଭଲ ଭାବେ ତାକୁ ଫୁଟାଇବେ । ଏହା ପରେ ଏକ କପରେ କାଢାକୁ ଛାଣି କରି ବାହାର କରନ୍ତୁ ଏବଂ ଏହାକୁ ପିଅନ୍ତୁ । ଦେଖିବେ ଏହାର ଅନେକ ଫାଇଦା ମିଳିବ । ଏହା ବ୍ୟତୀତ ଏହାର ଆହୁରୀ ଅନେକ ଭଲ ଗୁଣ ରହିଛି ।

ଅର୍ଜୁନ ଗଛ ଚେରର ଉପକାର :
ବ୍ଲଡ଼ ସୁଗାର :
ବ୍ଲଡ଼ ସୁଗାର ଚିକିତ୍ସା ପାଇଁ ଅର୍ଜୁନ ଗଛ ଛାଲି ମଧ୍ୟ ବହୁତ ଲାଭଦାୟକ ହୋଇପାରେ । ଏଥି ସହିତ ଅର୍ଜୁନ ଗଛ ଚେରରେ ଥିବା ଉଦ୍ଭିଦ ଟେନିନ୍, ସାପୋନିନ୍ ଏବଂ ଫ୍ଲାଭୋନାଏଡ ଗ୍ଲୁକୋଜ ମେଟାବୋଲିଜିମ ବଢାଇବାରେ ସାହାଯ୍ୟ କରିଥାଏ ଏବଂ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିଥାଏ ।

ସ୍କିନ୍‌କୁ ଟାଇଟ୍‌ କରିଥାଏ :
ଚର୍ମ ସମ୍ବନ୍ଧୀୟ ସମସ୍ୟା ଥିଲେ ଅର୍ଜୁନ ଗଛ ଛାଲି ଖାଇବା ବହୁତ ଭଲ ହୋଇଥାଏ । ଯାହାଫଳରେ ମୁହଁରୁ ଦାଗ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହି ପରି ଭାବେ ସ୍କିନ୍‌ ଟାଇଟ୍‌ ହୋଇଥାଏ ଏବଂ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ ।

ଲିଭରକୁ ହେଲଦି ରଖେ :
ତେବେ ଲିଭର ପାଇଁ ଏହା ଅତ୍ୟନ୍ତ ହେଲଦି ବୋଲି ବିବେଚନା କରାଯାଏ । ତେବେ ଯଦି ଆପଣ ମଧ୍ୟ ନିଜ ଲିଭରକୁ ଭଲ ରଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ମଧ୍ୟ ଏହି ଅର୍ଜୁନ ଗଛ ଛାଲିରେ କାଢା ତିଆରି କରି ସେବାନ କରିବା ଆରମ୍ଭ କରନ୍ତୁ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ :
ଏହି ଆୟୁର୍ବେଦିକ କାଢା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବହୁତ ସାହାଯ୍ୟ କରିଥାଏ । ଏହା ସହ ଶରୀରରେ ଯେକୌଣସି ପ୍ରକାରର ଇନ୍‌ଫେକ୍ସନ୍‌କୁ ରୋକିବା ପାଇଁ ଅର୍ଜୁନ ଗଛ ଛାଲି ଭଲ କାମ କରେ । ଏହା ବ୍ୟତୀତ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ଏହି ଆୟୁର୍ବେଦିକ କାଢା ନିଜ ପ୍ରତିଦିନ ଡାଏଟ୍‌ରେ ସାମିଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.