ଭଦ୍ରକ: ସାବିତ୍ରୀ ଭୋଗ ହୋଇଗଲା ବିଷାକ୍ତ, ୩୦ରୁ ଊର୍ଦ୍ଧ୍ବ ଅସୁସ୍ଥ

କେନ୍ୟୁଜ୍ (ବ୍ୟୁରୋ): ସାବିତ୍ରୀ ଭୋଗ ହୋଇଗଲା ବିଷାକ୍ତ। ଭୋଗ ଖାଇ ୩୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇ ମେଡିକାଲରେ ହେଉଛନ୍ତି ଚିକିତ୍ସିତ। ଆହୁରି ଅନେକ ଅସୁସ୍ଥ ଗାଁ ରେ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ  ଅଧିକାଂଶ ମହିଳା ଓ ଛୋଟ ଛୋଟ ପିଲା ଅସୁସ୍ଥ ଥିବା ଜଣାପଡିଛି। ବନ୍ତ ବ୍ଲକ  ରାମପୁର ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ  ଗତକାଲି ଗାଁ ରେ ସାବିତ୍ରୀ ପୂଜା ଆୟୋଜିତ ହେଉଥିଲା।  ପୂଜା ସରିବା ପରେ ଗାଁ ଲୋକ ଠାକୁରଙ୍କ ଭୋଗ ଖାଇଥିଲେ। ରାତିରେ ଶୋଇଥିବା ଅବସ୍ଥାରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ।  ସେମାନଙ୍କର ବାନ୍ତି ହେବା ସହ ତରଳ ଝାଡା ଲାଗି ରହିଥିଲା।  ଛୋଟ,ବଡ ପିଲା ସମେତ ପ୍ରାୟ ଅଧିକାଂଶ ମହିଳା ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  କିଛି ଲୋକଙ୍କୁ ଅଗରପଡା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କିଛି ଲୋକଙ୍କୁ କେନ୍ଦୁଆପଦା ମେଡିକାଲରେ ଭର୍ତ୍ତି କରାଯାଇଛି।  ଅନେକ ଲୋକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଆହୁରି ୩୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ଅବସ୍ଥାରେ ମେଡିକାଲରେ ଚିକିତ୍ସା ହେଉଛନ୍ତି।  ସ୍ୱାସ୍ଥ୍ୟ ବିଭାଗର ଏକ  ଟିମ ମଧ୍ୟ  ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.