ସିଂହ ଦଳଙ୍କୁ ଦେଖି ମହିଳା କାର୍‌ ଅଟକାଇବାରୁ ସିଂହୀ ଖୋଲିଦେଲା ଡୋର୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଲୋକମାନେ ପସନ୍ଦ କରିବା ସହ ବହୁଳ ଭାବେ ସେୟାର ମଧ୍ୟ କରିଥାନ୍ତି। ଖାସ୍‌ କରି ଜୀବଜନ୍ତୁଙ୍କ ଭିଡିଓକୁ ଲୋକମାନେ ଅଧିକ ଦେଖିଥାନ୍ତି। ଏବେ ସେହିଭଳି ଏକ ସିଂହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଏକ ପରିବାର ଜଙ୍ଗଲରେ ଯାଉଛନ୍ତି। ସେହି ସମୟରେ ତାଙ୍କ ସାମ୍ନାରେ ଦଳେ ସିଂହ ଆସିଯାଉଛନ୍ତି। କେବଳ ଆସୁ ନାହାନ୍ତି ତ ବରଂ କାରର ଡୋର୍‌ ଖୋଲି କାର ଭିତରେ ବସିଥିବା ଲୋକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଜଣେ ମହିଳା ଏକ କାର ଚଳାଉଛନ୍ତି। ଏହି ସମୟରେ ତାଙ୍କ କାର ସାମ୍ନାକୁ ଦଳେ ସିଂହ ଆସି ଭିତରକୁ ଦେଖୁଛନ୍ତି। ଏହି ସମୟରେ ମହିଳା ଜଣକ କାରକୁ ଟିକେ ଆଗକୁ ନେଉଛନ୍ତି।

Lioness opens safari car door with her teeth. Scary old video goes ...

ପରେ ଏକ ସିଂହୀ କାରର ଆହୁରି ନିକଟକୁ ଆସି ପଛ ଡୋର୍‌କୁ ମୁହଁରେ ଖୋଲିବାକୁ ଚେଷ୍ଟା କରୁଛି। କାରର ଗେଟ୍‌ ଖୋଲିବା ଦେଖି ଭିତରେ ବସିଥିବା ଲୋକ ଭୟରେ ଥରୁଥିବା ଦେଖାଯାଇଛି। ପରେ ମହିଳା ସ୍ପିଡରେ କାରକୁ ଆଗକୁ ନେଇଯାଇଥିଲେ। ଫଳରେ ଅଳ୍ପକେ ସମସ୍ତଙ୍କ ଜୀବନ ବଞ୍ଚିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.