ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଆଦୟ ହୋଇଛି ୧୮୬ କୋଟି, ମୋବାଇଲରେ କଥା ହୋଇ ଦେଇଛନ୍ତି ୬କୋଟି

ଟ୍ବିନ୍ ସିଟିରେ ଅମାନିଆ ଗାଡ଼ି ଚାଳକଙ୍କ ବଢିଛି ପାଦୁର୍ଭାବ । ଗତ ତିନି ବର୍ଷରେ ଜରିମାନା ବାବଦରେ ଆଦୟ ହୋଇଛି ୧୮୬ କୋଟି ୪୫ ଲକ୍ଷ ୫ ହଜାର ୪୪୦ ଟଙ୍କା ।

ଟ୍ବିନ୍ ସିଟିରେ ଅମାନିଆ ଗାଡ଼ି ଚାଳକଙ୍କ ବଢିଛି ପାଦୁର୍ଭାବ । ଗତ ତିନି ବର୍ଷରେ ଜରିମାନା ବାବଦରେ ଆଦୟ ହୋଇଛି ୧୮୬ କୋଟି ୪୫ ଲକ୍ଷ ୫ ହଜାର ୪୪୦ ଟଙ୍କା । କମିଶନରେଟ୍ ପୋଲିସ ପକ୍ଷରୁ ବିନା ହେଲମେଟରେ ଦୁଇ ଚକିଆ ଗାଡ଼ିଚାଳନା, ମୋବାଇଲରେ କଥା ହୋଇ ଗାଡ଼ି ଚାଳନା, ସିଟ୍ ବେଲ୍ଟ ନ ବାନ୍ଧିବା, ରଙ୍ଗ ରୁଟରେ ଗାଡ଼ି ଚଳାଇବା ଓ ଅନ୍ୟ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଏହି ତଣ୍ଡ ଆଦାୟ ହୋଇଛି ।

ବିନା ହେଲମେଟରେ ଵିଗତ ତିନି ବର୍ଷରେ ୮ଲକ୍ଷ ୬୬ହଜାର ୪୬୪ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଜରିମାନା ଦେଇଛନ୍ତି।ମୋବାଇଲରେ କଥା ହୋଇ ଧରାପଡ଼ିଛନ୍ତି ୧୪ହଜାର ୮ଶହ ୬୫ଜଣ। ସେମାନଙ୍କ ଠାରୁ ଜରିମାନା ୬କୋଟି ୬୫ଲକ୍ଷ ୧୨ ହଜାର୮ଶହ ଟଙ୍କା।

ବିନା ସିଟ୍ ବେଲ୍ଟରେ ୧୯ ହଜାର ୬୪୩ ଜଣ ଧରାପଡ଼ିଛନ୍ତି। ସେମାନଙ୍କ ପାଖରୁ ୧ କୋଟି୮୧ ଲକ୍ଷ ୯୧ ହଜାର ଟଙ୍କା ଫାଇନ ଦେଇଛନ୍ତି। ରଙ୍ଗ ରୁଟରେ ଗାଡି ଚଳାଇ ଧରାପଡ଼ିଛନ୍ତି ୧୮ ହଜାର ୭୨୫ ଜଣ। ସେମାନଙ୍କ ଠାରୁ ୮କୋଟି ୭୭ଲକ୍ଷ ୯ହଜାର୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି।

ମଦ୍ୟପାନ କରି ୫୬୨୮ ଜଣ ଧରା ପଡିଛନ୍ତି। ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଜରିମାନା ଆଦାୟ ହୋଇଛି। ବିଧାନସଭାରେ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.