ମହିଳା ନୁହେଁ ଅକ୍ଷମ, ସେ ସବୁ କ୍ଷେତ୍ରରେ ସକ୍ଷମ: ୩ ବର୍ଷ ଶିଶୁକୁ ଛାଡି ସୀମା ଜଗିଛନ୍ତି ଏହି ବଲାଙ୍ଗିର ବୋହୂ

କଣ୍ଟାବାଞ୍ଜି(କେନ୍ୟୁଜ୍‌): ମହିଳା କେବେ ଶକ୍ତିର ପ୍ରତୀକ ତ କେବେ ଶାନ୍ତିର ସ୍ବରୂପ । ଆଉ ସେହି ମହିଳାଙ୍କୁ ନେଇ ଆଜି ଗର୍ବିତ ସମଗ୍ର ବିଶ୍ବ। ସେହିପରି ଏମିତି ଜଣେ ମହିଳାଙ୍କ
କଥା ଆମେ କହିବୁ ଯିଏ ନିଜ ୩ ବର୍ଷର ଶିଶୁକୁ ଛାଡି ସୀମା ଜଗିବା ସହ ଦେଶ ମା ମାଟିର ସେବା କରୁଛନ୍ତି । ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବୋହୂ ସୀମା ଦୀପ ।

ଦର୍ଶକବନ୍ଧୁ ନାରୀ କେତେବେଳେ ନାରାୟଣୀ ତ ଆଉ କେତେ ବେଳେ ମମତାମୟୀ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସୀମା। ଘରେ ୩ବର୍ଷର ଶିଶୁ । ଯାହା କୁ ମାଁ କୋଳ ସହ ମାର ଲାଳନ ପାଳନର ଆବଶ୍ଯକ ରହିଛି । ହେଲେ ସେ ମା ବଦଳରେ ବାପାଙ୍କ ପାଖରେ ରହି କରୁଛି ସବୁ ଅଳିଅର୍ଦଲି। କେତେବେଳେ ମା ସହ ଭିଡ଼ିଓ କଲରେ କଥା ହୋଇ ମନ ବୁଝାଉଛି ତ ଆଉ କେତେ ବେଳେ ବାପା ଙ୍କ ସହ କରୁଛି ଖେଳକୁଦ। ଖାଲି ସେତିକି ନୁହେଁ। ସ୍କୁଲ ଯିବା ଠାରୁ ଖେଳିବା ଯାଏ ସବୁ କିଛି ପାଇଁ ବାପା ଉପରେ ନିର୍ଭରଶୀଳ। କାହିଁକି ନା ମାଁ ପାଖରେ ନାହିଁ। ମାଁ ଯାଇଛି ଦେଶ ମାଁ ମାଟିର ସେବା କରିବା ପାଇଁ।

sima

ପିଲାଟି ଦିନରୁ ସୀମାଙ୍କ ମନରେ ଦେଶମାଁ ମାଟି ପାଇଁ କିଛି କରିବା ଆଶା ଥିଲା ଆଉ ତାହାକୁ ଆଖି ଆଗରେ ରଖି ସେ ନିଜର ପ୍ରୟାସ ଜାରି ରଖିଥିଲେ । ଯାହାର ଫଳ ସ୍ବରୂପ ଏବେ ସେ ସିଆରପିଏଫ ରେ ଭର୍ତ୍ତି ହୋଇ କରୁଛନ୍ତି ମାଁ ମାଟିର ସେବା। ସୀମା ଆର୍ମିରେ ଭର୍ତ୍ତି ହେବା ପାଇଁ ବହୁତ କଠିନ ପରିଶ୍ରମ କରୁଥିଲେ। ଏଥି ପାଇଁ ପରିବାର ତଥା ସ୍ବାମୀଙ୍କ ପକ୍ଷରୁ ସବୁ ବେଳେ ସହଯୋଗ ରହୁଥିଲା। ବହୁ ବାଧା ବିଘ୍ନ କୁ ପାରକରି ସୀମା ସିଆରପିଏଫରେ ଯୋଗ ଦେଇଥିଲେ। ସୀମାଙ୍କ ଏହି ସଫଳତା ପରେ ସାରା କଣ୍ଟାବାଞ୍ଜି ଅଞ୍ଚଳରେ ସେ ସମୟରେ ଖୁସି ଦେଖିବାକୁ ମିଳିଥିଲା। ତେବେ ଦେଶ ପାଇଁ ପ୍ରତ୍ୟକ ଘରୁ ଗୋଟିଏ ଗୋଟିଏ ମହିଳା ବହାରନ୍ତୁ ଆର୍ମିରେ ଯୋଗ ଦିଅନ୍ତୁ ଓ ଦେଶର ସେବା କରନ୍ତୁ ବୋଲି ସୀମାଙ୍କ ସ୍ବାମୀ କହିଛନ୍ତି।

ମହିଳା ନୁହେଁ ଅକ୍ଷମ। ସେ ସବୁ କ୍ଷେତ୍ରରେ ସକ୍ଷମ। ଯାହାର ପ୍ରମାଣ ଦେବାର ଆଉ ଏଯୁଗରେ ଆବଶ୍ଯକକତା ନାହିଁ । ତେବେ ସୀମାଙ୍କ ପାଇଁ ଆଜି ଖାଲି ବଲାଙ୍ଗିର କାହିଁକି ସାରା ରାଜ୍ଯ ତଥା ଦେଶ ଗର୍ବିତ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.