ଆନନ୍ଦପୁରରେ ଅଭାବନୀୟ ଘଟଣା: ଗ୍ଯାସ୍ ସିଲିଣ୍ଡରରୁ ନିଆଁଲାଗି ଶାଶୁ, ବୋହୂ ମୃତ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ସମ୍ମୁଖ ଷ୍ଟେଟ୍ ବ୍ଯାଙ୍କ ଶାଖା ପଛପଟ କଲୋନିରେ ଅଭାବନୀୟ ଘଟଣା। ଗ୍ଯାସ୍ ସିଲିଣ୍ଡରରୁ ନିଆଁ ଲାଗି ଶାଶୁ -ବୋହୂ ଉଭୟ ଗୁରୁତର ହୋଇପଡିଥିଲେ। ତେବେ କଟକ ସ୍ଥାନାନ୍ତର ସମୟରେ ଉଭୟଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଶାଶୁ କାନନ ଚା କରିବା ପାଇଁ ରୋଷେଇ ଘରେ ଗ୍ଯାସ୍ ରେ ଦିଆସିଲ୍ ମାରିବା ସମୟରେ ହଠାତ୍ ନିଆଁ ଯୋରରେ ଜଳି ତାଙ୍କ ଦେହରେ ଲାଗିଯାଇଥିଲା । ଏହି ସମୟରେ ବୋହୂ ସୁନିତା ଶାଶୁଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ଯ ଗୁରୁତର ହୋଇଥିଲେ । ପରିବାର ଲୋକେ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଉଭୟ ଙ୍କ ଶfire ରୀରର ୮୦ ପ୍ରତିଶତ ପୋଡି ଯାଇଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ବୋହୂ ସୁନିତାର ମୃତ୍ୟୁ ଘଟିଛି ଏବଂ ସେଠାରେ ପହଁଚି ଚିକିତ୍ସିତ ଅବସ୍ଥାରେ ଶାଶୁ କାନନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.