Below header

କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ହେଲେ ଭାରତୀୟ ଭଲିବଲ ସଂଘର ସଭାପତି

 ଭୁବନେଶ୍ୱର(କେ ନ୍ୟୁଜ): ଦୀପାବଳିର ଠିକ ପୂର୍ବରୁ ଓଡିଶା କ୍ରୀଡା ଜଗତ ପାଇଁ ଏକ ଶୁଭ ଖବର ଆସିଛି । କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସଂସଦ ଡଃ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । କହିରଖିବା ଉଚିତ ହେବଯେ, ନିର୍ଦ୍ଦ୍ୱନ୍ଦରେ ଡଃ ସାମନ୍ତ ଏହି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଆଜକୁ ଠିକ ୮ ମାସ ତଳେ ମାର୍ଚ୍ଚ ୧୨ ତାରିଖରେ ଭିଏଫଆଇର ସଭାପତି ପଦ ନେଇ ନିର୍ବାଚନ ହୋଇଥିଲେ ମଧ୍ୟ କୌଣସି କାରଣରୁ ଏହାର ଫଳାଫଳ ଘୋଷଣା ହୋଇ ପାରିନଥିଲା । କିନ୍ତୁ ମାଡ୍ରାସ ହାଇକୋର୍ଟରୁ ସବୁଜ ସଂକେତ ମିଳିବା ପରେ ଗୁରୁବାର ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

ଯେବେକି ପଞ୍ଜାବର ରାଜ କୁମାର ଡାକ୍ତର ସାମନ୍ତଙ୍କ କାର୍ଯ୍ୟନିଵାହୀ ଉପ ସଭାପତି ଭାବେ କାର୍ଯ୍ୟ କରିବେ । ରାଜସ୍ଥାନର ଅନିଲ ଚୌଧୁରୀ ସାଧାରଣ ସମ୍ପାଦକ ଓ ଉତ୍ତର ପ୍ରଦେଶର ସୁନୀଲ କୁମାର ତିୱାରୀ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ସହ ୯ ଜଣ ଉପସଭାପତି, ୨ ଜଣ ସହ ସମ୍ପାଦକ, ୬ ଜଣ ଯୁଗ୍ମ ସମ୍ପାଦକ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଡାକ୍ତର ସାମନ୍ତଙ୍କ ଏହି ସଫଳତା ପରେ ତାଙ୍କୁ ଓଡିଶା ଭଲିବଲ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.