କଳି ଝଗଡା ପଡିଲା ଦାଣ୍ଡରେ, ଶାଶୁକୁ ଗଡାଇ ତଡାଇ ବିଧା ଚାପୁଡା ମାରିଲା ବୋହୂ

ନିଜ ପାଦରେ ପିନ୍ଧିଥିବା ଚପଲରେ ମାରି ତଳେ ପକାଉଛି ବୋହୁ । ଖାଲି ସେତିକି ନୁହେଁ ଚୁଟିକୁ ଭିଡି କଚାଡି କଚାଡି ଶାଶୁକୁ ଗଡାଇ ତଡାଇ ଗୋଇଠା ବିଧା ଚାପୁଡା ମାରିଚାଲିଛି ବୋହୂ ।

ପଟ୍ଟାମୁଣ୍ଡାଇ (କେନ୍ୟୁଜ): ହଜିଗଲା ମାନବିକତା ମରିଗଲା ମଣିଷ ପଣିଆ । ଛାଡି ଦେ ଛାଡି ଦେ ମୋତେ ଏମିତି କଚାଡି ମାରେନି ଭାରି କାଟୁଛି । ଏ ବୁଢ଼ିଟାକୁ ଟିକେ ଦୟା କରେ ଲୋ ମାଆ । ଏମିତି କାକୁତି ମିନତି ହୋଇ ବୋହୂକୁ ନେହୁରା ହେଉଛି କିନ୍ତୁ ବୋହୂ ନଶୁଣିଲେ ଗଲା । ନିଜ ପାଦରେ ପିନ୍ଧିଥିବା ଚପଲରେ ମାରି ତଳେ ପକାଉଛି ବୋହୁ । ଖାଲି ସେତିକି ନୁହେଁ ଚୁଟିକୁ ଭିଡି କଚାଡି କଚାଡି ଶାଶୁକୁ ଗଡାଇ ତଡାଇ ଗୋଇଠା ବିଧା ଚାପୁଡା ମାରିଚାଲିଛି ବୋହୂ । ବିଶ୍ବାସ କରନ୍ତୁ ଏ ଚିତ୍ର ଦେଖିଲେ ଆପଣଙ୍କ ଲୋମ ବି ଟାଙ୍କୁରୀ ଉଠିବ ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତର ଏକ ଭିଡିଓ ଯାହା ଏବେ ଭାଇରାଲ ହେଉଛି ଆପଣ ମାନେ ନିଜେ ଦେଖନ୍ତୁ । ଯାହାକୁ ଦେଖିଲେ ଆପଣଙ୍କର ବି ରକ୍ତ ଗରମ ହୋଇଯିବ । ଆଉ ଇଚ୍ଛା ହେବ ସେ ବୋହୁକୁ ଯାଇକି ଦୁଇଟା ଚାପୁଡା ମାରିଦେବାକୁ । ଜଣେ ବିଧବା ଶାଶୁକୁ ଦିନ ଦିପହରରେ ରାସ୍ତାଉପରେ କଚାଡ଼ି ମାରୁଛି ବୋହୂ । ବର୍ବରତା ଓ ଅମାନୁଷିକତାର ସବୁ ସୀମା ପାର କରିଦେଇଛି ଏ ଦୃଶ୍ୟ ।

ଭିଡିଓ ଦେଖିଲେ ଆପଣ ବି କହିବେ କଣ ସତରେ ମଣିଷପଣିଆ ହଜିଗଲାଣି । ବୃଦ୍ଧାଙ୍କ ନାମ ହେଉଛି ଉର୍ମିଲା ଦାସ । ଯିଏ କି ନିଜ ବୋହୂ ଠାରୁ ଜୀବନ ବଞ୍ଚାଇ ବାକୁ ସଂଘର୍ଷ କରୁଛନ୍ତି । ବୋହୂକୁ କିନ୍ତୁ ବୁଢୀ ଶାଶୂର କାକୁତିମନତି କୌଣସି ଫରକ ପଡ଼ୁ ନାହିଁ । ବୋହୁ ଜଣଙ୍କ VRP ଚାକିରି କରିଛନ୍ତି । ବୋହୂ ହେଉଛନ୍ତି ଜୟନ୍ତୀ ଦାସ । କେବଳ ଶାଶୁଙ୍କୁ ମାରିବା କଥା ଛାଡ଼ନ୍ତୁ ସେ ପାଟିରୁ ଯେଉଁ ଭାଷା ବାହାର କରୁଚି ଆପଣ କାନରେ ବି ଶୁଣିପାରିବେନି ।

ଏ ସଭ୍ୟ ସାମାଜର ମଣିଷ ପଣିଆକୁ ମାରିଚାଲଛି ଏ ମଣିଷ। ଏ କେଉଁ ଭଳି ବାର୍ତ୍ତା ଦେଉଛି ଆମ ଆଗାମୀ ପୀଢିକୁ । ଦେଖୁନାହାଁନ୍ତି ନିଜ ପୁଅକୁ ବି ଡାକ ଛାଡୁଛି ବୋହୂ, ଯେପରି ଦୁଇ ଜଣ ମିଶିକି ବାଡେଇବେ ଶାଶୂକୁ । କିନ୍ତୁ ସେ କଣ ଜାଣିପାରୁନାହାଁନ୍ତି ଦିନେ ବୋହୂ ବି ଶାଶୂ ହେବ ଆଉ ଏମିତି ହିଁ ମାଡ ଖାଉଥିବ ବୋହୂ ଠାରୁ । ଦୟାକରି ସୁଧୁରିଯାଅ ନଚେତ କର୍ମ ଏହିଠାରେ ହିଁ ନିଜ ଫଳ ଦିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.