ଅଜା ଦଶାହ ଦିନ ଦୁଇ ନାତି ମୃତ, ଖାଦାନରେ ପଡି ଗଲା ଜୀବନ

ଅଜାଙ୍କ ଦଶାହରେ ସଲିଳ ସମାଧି । ଦଶକର୍ମ ପରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାତି । ପଥର ଖାଦାନ ଗାତରେ ଥିବା ପାଣିରେ ବୁଡି ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ୱାଦା ଶାସନରେ ଏହି ଘଟଣା ଘଟିଛି ।

ସୋର (କେନ୍ୟୁଜ): ଅଜାଙ୍କ ଦଶାହରେ ସଲିଳ ସମାଧି । ଦଶକର୍ମ ପରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାତି । ପଥର ଖାଦାନ ଗାତରେ ଥିବା ପାଣିରେ ବୁଡି ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ୱାଦା ଶାସନରେ ଏହି ଘଟଣା ଘଟିଛି । ମୃତକମାନେ ହେଲେ କୁଲୁଆ ପାଢ଼ୀ ଓ ଚନ୍ଦନ କର ।

ଗାଁର ବିଷ୍ଣୁ ପାଢ଼ୀଙ୍କର ଆଜି ଦଶାହ କର୍ମ ଥିଲା । ଲଣ୍ଡା ହୋଇ ବାଗୁଡ଼ି ପଥରକଟା ଖାଦାନ ପାଣିରେ ଗାଧୋଉଥିଲେ । ଏତିକିବେଳେ ଅସାବଧାନତାରୁ ଦୁଇ ଜଣଙ୍କର ଗୋଡ଼ ଖସିଯାଇଥିଲା । ସ୍ଥାନୀୟ ଲୋକ ସେମାନଂକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଜଣଂକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ କୁଲୁଆ ପାଢ଼ୀ ଯୁକ୍ତ ଦୁଇ ଓ ଚନ୍ଦନ ଯୁକ୍ତ ତିନିରେ ପଢୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.