ବାଉଳାରେ ନର୍ସ ଦେଇଦେଲେ ଭୁଲ ଇଞ୍ଜେକସନ, ମାତ୍ର କେଇ ସମୟ ପରେ ଚାଲିଗଲା ରୋଗୀଙ୍କ ଜୀବନ

ଘଟଣାଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମାହାନ୍ତ । ତାଙ୍କୁ ୪୫ ବର୍ଷ ହୋଇଥିଲା। ଗଙ୍ଗାଧରଙ୍କର ଅସହ୍ୟ ପେଟ ଯନ୍ତ୍ରଣା ପାଇଁ ପରିବାର ଲୋକେ ଗତ ଗୁରୁବାର ଦିନ ୩ଟା ସମୟରେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ପେଟ ଯନ୍ତ୍ରଣା ଅଧିକ ହୋଇଥିଲା।

ବାଉଳାରେ ନର୍ସ ଦେଇଦେଲେ ରୋଗୀଙ୍କୁ ଭୁଲ୍ ଇଞ୍ଜେକସନ। ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ। ଏତେ ଅନ୍ୟମନସ୍କ ଥିଲେ ଯେ ସଠିକ ରୋଗ କୁ ଜାଣି ପାରିଲେ ନାହିଁ । ପାଠ ପଢି ହସ୍ପିଟାଲ ରେ ରୋଗୀଙ୍କ ଚିକତ୍ସାରେ ନିୟୋଜିତ ଥିବା ଏଭଳି କର୍ମଚାରୀଙ୍କୁ ଆପଣ କଣ କହିବେ କୁହନ୍ତୁ । ଲୋକ ଏବେ ବିଶ୍ୱାସ କରିବେ ତ କାହାକୁ କରିବେ ? ଏଭଳି ଏକ ଅଭାବନୀୟ ଘଟଣାରେ ଏବେ ସମସ୍ତେ ଆଶ୍ଚର୍ଯ୍ୟ । ହସ୍ପିଟାଲ କୁ ରୋଗୀ ଯାଆନ୍ତି ନିଜ ଜୀବନ ବଞ୍ଚାଇବା ପାଇଁ । କିନ୍ତୁ ଡାକ୍ତର ନିଜେ ଯଦି ଅବହେଳା କରି ଭୁଲ ଚିକତ୍ସା କରିବେ ତେବେ ବିଶ୍ୱାସ କରିବା କାହାକୁ । ଆଂଜ୍ଞା ଏଠାକାର ଘଟଣା ବି କିଛି ଏଭଳି ଘଟିଛି ଯାହାକୁ ନେଇ ହସ୍ପିଟାଲ ରେ ଉତ୍ତେଜନା ଦେଖିବାକୁ ମିଳିଛି । ହୋଇଥିବା ଅଭିଯୋଗ ଅନୁଯାୟୀ ହସ୍ପିଟାଲ ନର୍ସଙ୍କ ଭୁଲ ଚିକତ୍ସା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ପୁରା ଡାକ୍ତରଖାନେରେ ଝଗଡା ଦେଖିବାକୁ ମିଳିଛି ।

ଘଟଣାଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମାହାନ୍ତ । ତାଙ୍କୁ ୪୫ ବର୍ଷ ହୋଇଥିଲା। ଗଙ୍ଗାଧରଙ୍କର ଅସହ୍ୟ ପେଟ ଯନ୍ତ୍ରଣା ପାଇଁ ପରିବାର ଲୋକେ ଗତ ଗୁରୁବାର ଦିନ ୩ଟା ସମୟରେ ତାଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ପେଟ ଯନ୍ତ୍ରଣା ଅଧିକ ହୋଇଥିଲା।

ଏନେଇ ପରିବାର ଲୋକେ ନର୍ସ ଦିଦିଙ୍କୁ ଜଣାଇଥିଲେ। ନର୍ସ ଦିଦି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। କିନ୍ତୁ ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ହୋଇଥିଲା। ଏବେ ନର୍ସ ଦିଦି ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ମୃତ୍ୟୁର କାରଣ ଭୁଲ ଇଞ୍ଜେକ୍ସନ ଦିଆ ଯାଇଛି ବୋଲି ମୃତକଙ୍କ ସ୍ତ୍ରୀ ମାଳତୀ ମହାନ୍ତ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ପ୍ରଥମେ ଡାକ୍ତର ରୋଗୀ କୁ ନଦେଖି ନର୍ସ ହାତରେ ଇଞ୍ଜେକ୍ସନ ଦେଇ ଥିଲେ, ଇଞ୍ଜେକ୍ସନ ଦେବା ପରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ଏବେ ଏହି ଘଟଣାକୁ ନେଇ ହସ୍ପିଟାଲ ରେ ଚାପ ଉତ୍ତାଜେନା ସୃଷ୍ଟି ହୋଇଛି ।

କ୍ଷତିପୂରଣ ଦାବି ରେ ପରିବାର ଲୋକେ ଶବ ରଖି ହସପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି , ଖବର ପାଇ ଘଟଣା ସ୍ଥଳରେ ରାଇବଣିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.