ଚନ୍ଦ୍ରପୃଷ୍ଠ କିପରି ଥାଏ ? ପୃଥିବୀଠାରୁ କେତେ ଭିନ୍ନ ଥାଏ ଏହାର ଭୂମି ଏବଂ ବାୟୁମଣ୍ଡଳ

ଚନ୍ଦ୍ର ପୃଷ୍ଠରେ ଆଗ୍ନେୟ ଚଟାଣ ରହିଛି । କୁହାଯାଏ ଏହା ହାଇଲ୍ୟାଣ୍ଡ ଆନୋର୍ଥୋସାଇଟରୁ ପ୍ରସ୍ତୁତ ହୋଇଛି ଏବଂ ଏଥିରେ କ୍ୟାଲ୍‌ସିୟମ ମଧ୍ୟ ଥାଇପାରେ । ଚନ୍ଦ୍ରରେ କୌଣସି ପ୍ରକାର ବାୟୁମଣ୍ଡଳ ନାହିଁ ।

ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଫଟୋ ସେୟାର କରୁଛି । ଏହି ଫଟୋକୁ ଦେଖିଲେ ଆପଣ ଚନ୍ଦ୍ରର ପୃଷ୍ଠ ଭାଗ କିପରି ହୋଇଥିବ ତାହା ଅନୁମାନ କରିପାରୁଥିବେ । ତେବେ ଏହି ପୃଷ୍ଠଭାଗ ପୃଥିବୀଠାରୁ କେତେ ଭିନ୍ନ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ । ଆପଣଙ୍କୁ ଲାଗୁଥିବ ଯେ ଚନ୍ଦ୍ରର ପୃଷ୍ଠ ଭାଗ ଠିକ ଫୃଥିବୀ ପରି ହୋଇଥିବ । କିନ୍ତୁ ଏଭଳି ନୁହେଁ, ସେଠାକାର ବାତାବରଣ ସମ୍ପୂର୍ଣ୍ଣ ଭିନ୍ନ । ନାସା େଓ୍ଵବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ପୃଥିବୀ ଭଳି ଚନ୍ଦ୍ରରେ ସମତଳ ଭାଗ, ପର୍ବତ ଏବଂ ଉପତ୍ୟକା ରହିଛି କିନ୍ତୁ ଆସିଥିବା ଚିତ୍ରରେ ଏଠାରେ କେବଳ ମରୁଭୂମି ଦୃଶ୍ୟମାନ ହୋଇଛି ।

ଏଥିରେ ଅନେକ ବଡ଼ ବଡ଼ ଗାତ ରହିଥିବା ଆପଣମାନେ ଦେଖିପାରିବେ, ଯାହା ମହାକାଶରେ ଥିବା ପଥର ଏବଂ ଆଷ୍ଟ୍ରଏଡ ଧକ୍କା ହେତୁ ହୋଇଥାଏ । କିନ୍ତୁ ଚନ୍ଦ୍ରରେ ନିଶ୍ୱାସ ନେବା ପାଇଁ ବାୟୁ ନାହିଁ । ଚନ୍ଦ୍ରରେ କୌଣସି ପ୍ରକାର ବାୟୁମଣ୍ଡଳ ନାହିଁ । ଏହାର ଅର୍ଥ ଏଠାରେ ପବନ ନାହିଁ, ଋତୁ ନାହିଁ ଏବଂ ଏହି କାରଣରୁ କୌଣସି ପ୍ରକାର ଗଛ ମଧ୍ୟ ନାହିଁ । ତେଣୁ ଏଠାରେ କୌଣସି ପ୍ରକାର ଚିହ୍ନ ହେଲେ ତାହା ସହଜରେ ଯାଇନଥାଏ ।

ମହାକାଶଚାରି ଯେତେବେଳେ ଚନ୍ଦ୍ରରେ ଚାଲିଥିଲେ, ତାଙ୍କ ପାଦ ଚିହ୍ନ ଆଜି ମଧ୍ୟ ଚନ୍ଦ୍ର ପୃଷ୍ଠରେ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଏହା ସମାନ ଭାବେ ରହିବ । ଏହା ସହିତ ଏଠାରେ ଅନେକ ଚଟାଣ ରହିଛି । ଯେଉଁଭଳି ପୃଥିବୀରେ ଚଟାଣ ଏବଂ ମାଟି ଥାଏ । ଚନ୍ଦ୍ରପୃଷ୍ଠରେ ସେପରି କିଛି ନଥାଏ ଏବଂ କିଛି ଗୁଣ୍ଡ ଭଳି ପଦାର୍ଥ ଥାଏ ଯାହା ସେଠାକାର ପୃଷ୍ଠକୁ ଢାଙ୍କୁଡ଼ି ଥାଏ । ଏହାକୁ ଲୁନାର ରେଜୋଲିଥ କୁହାଯାଏ ।

ଚନ୍ଦ୍ର ପୃଷ୍ଠରେ ଆଗ୍ନେୟ ଚଟାଣ ରହିଛି । କୁହାଯାଏ ଏହା ହାଇଲ୍ୟାଣ୍ଡ ଆନୋର୍ଥୋସାଇଟରୁ ପ୍ରସ୍ତୁତ ହୋଇଛି ଏବଂ ଏଥିରେ କ୍ୟାଲ୍‌ସିୟମ ମଧ୍ୟ ଥାଇପାରେ । ଚନ୍ଦ୍ରର ପୃଷ୍ଠ ଭାଗ ଏତେ ଟାଣ ହୋଇଥାଏ ଯେ ଏହା ଚିତ୍ରରୁ ହିଁ ଅନୁମାନ କରି ହେଉଛି । ଏଠାରେ ଜୀବଜଗତ ବଞ୍ଚିବା ସମ୍ଭବ ନୁହେଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.