ମା ସାଜିଲା ରାକ୍ଷସୀ : ଜନ୍ମକଲା ନବଜାତ ଶିଶୁକୁ ଗୋବରଗଦାରେ ପୋତିଲା

ମୟୁରଭଞ୍ଜ : ଅମାନୁଷିକତାର ଉଦାହରଣ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଢିପାସାହି ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମରେ ଜଣେ ପିଶାଚୀ ମା ନିଜର ନବଜାତ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଗୋବରଗଦାରେ ପୋତି ହତ୍ଯା କରିଛନ୍ତି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ମାସୁରୀ ସିଂ ନିଜ ବାପାଘରେ ଗତ ବୁଧବାର ରାତିରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଜନ୍ମିତ ଶିଶୁପୁତ୍ରକୁ ସମସ୍ତଙ୍କ ନଜରରୁ ଲୁଚାଇ ତାକୁ ଏକ ଅଖାରେ ପୁରାଇ ଗୋବରଗଦାରେ ପୋତି ଦେଇଥିଲେ ।

ସୂଚନା ଅନୁଯାୟୀ ,ମାସୁରୀର ସ୍ବାମୀ ହିନ୍ଦୁ ସିଂ ୫ ବର୍ଷ ହେବ କେରଳରେ କାମ କରୁଥିବା ବେଳେ ସେ ଗୁରୁବାର ଦିନ ନିଜ ଘର ଶରତ ଥାନା କେଶପଡ଼ାକୁ ଫେରିଥିଲେ । ପରେ ସ୍ତ୍ରୀକୁ ନେବା ନିମନ୍ତେ ସ୍ତ୍ରୀର ବାପଘର ଢ଼ିପାସାହିକୁ ଆସିଥିଲେ । ସେହି ସମୟରେ ସେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ପରେ ପୋଲିସ ଘଟଣାର ଖବର ପାଇ ଗତକାଲି ମୃତଦେହକୁ ଗୋବରଗଦାରୁ ଉଦ୍ଧାର କରିଛି। ଏ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି।