Below header

କଳାହାଣ୍ଡି: ପାରିବାରିକ କଳହରୁ ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା ପରେ ମା କଲା ଆତ୍ମହତ୍ୟା, ଗ୍ରାମବାସୀ ଆଣିଲେ ଯୋଜନାବଦ୍ଧ ହତ୍ୟା ଅଭିଯୋଗ

କଳାହାଣ୍ଡି ସଦରଥାନା ସିଙ୍ଗଝରଣ ଗାଁରେ ଅଭାବନୀୟ ଘଟଣା । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା ହୋଇଛି। ଏହାସହ ଗାଁ ନିକଟ ରେଳ ଲାଇନରୁ ମାଆର ମୃତହେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ବିମଳା ମାଝୀ । ଦୁଇ ଶିଶୁଙ୍କ ବୟସ ୪ ଓ ୬ ବର୍ଷ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । କିଛି ଗ୍ରାମବାସୀ ଏହାକୁ ଯୋଜନା ବଦ୍ଧ ହତ୍ୟା ବୋଲି ଅଭିଯୋଗ କରୁଛନ୍ତି। ୪ ମାସ ତଳେ ମୃତ ମହିଳାଙ୍କ ସ୍ୱାମୀ ଲିଙ୍ଗ ମାଝି ଗାଁର ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଫେରାର ହୋଇ ଯାଇଥିଲେ। ଦୁଇ ମାସ ପରେ ମହିଳା ଜଣଙ୍କ ଗାଁକୁ ଫେରିଥିଲେ। ଲିଙ୍ଗ ମାଝି ଭବାନୀପାଟଣାରେ ଏକୁଟିଆ ରହୁଥିଲେ। ବର୍ତ୍ତମାନ ଦୁଇ ଶିଶୁର ହତ୍ୟା ଓ ମହିଳା ମୃତ ଦେହ ମିଳିବା ଘଟଣା ରହସ୍ୟ ଘେରରେ ରହିଛି। ପାରିବାରିକ କଳହରୁ ମହିଳା ଜଣଙ୍କ ଦୁଇ ଶିଶୁଙ୍କ ମାରି ନିଜେ ଆତ୍ମହତ୍ୟା କରିଛନ୍ତି କି। ନା ଏହା ଏକ ଯୋଜନା ବଦ୍ଧ ଭାରେ ତିନି ଜଣଙ୍କ ହତ୍ୟା କରାଯାଇଛି। ଏ ସବୁର ତଦନ୍ତ ଚାଲିଛି। ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଲିଙ୍ଗ ମାଝୀଙ୍କ ସମେତ ଲିଙ୍ଗ ସହ ଫେରାର ହୋଇଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କୁ ସଦରଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.