ଫାଇନ୍‌ରୁ ବର୍ତ୍ତିବା ପାଇଁ ଦେଖନ୍ତୁ କେମିତି ଉପାୟ ବାହାର କଲେ ଏହି ବ୍ୟକ୍ତି, ପୋଲିସ ବି ହୋଇଗଲା ଖୁସି

ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଦେଶସାରା ଲୋକେ ଚାଲାଣ ବା ଫାଇନକୁ ନେଇ ଚର୍ଚ୍ଚା କରୁଛନ୍ତି। କିଛି ଲୋକ ଏହି ନିୟମକୁ ବିରୋଧ କରୁଥିବା ବେଳେ ଆଉ କିଛି ଏହାକୁ ଠିକ୍‌ ବୋଲି କହୁଛନ୍ତି। ତେବେ ଏହାରି ଭିତରେ ଗୁଜରାଟର ବଡୋଦରାରେ ଜଣେ ବ୍ୟକ୍ତି ଚାଲାଣରୁ ବର୍ତ୍ତିବା ପାଇଁ ଏକ ନିଆରା ତରିକା ଆପଣାଇଛନ୍ତି।

man4

man1

man5

କଥାଟି ହେଲା, ବଡୋଦରାର ରାମ ଶାହ ନାମକ ଏହି ବ୍ୟକ୍ତି ଜଣକ ଫାଇନରୁ ମୁକ୍ତି ପାଇଁ ଏମିତି ଏକ ଆଇଡିଆ ବାହାର କରିଛନ୍ତି, ଯାହାକୁ ଦେଖି ଟ୍ରାଫିକ୍‌ ପୋଲିସ ବି ଖୁସି ହୋଇଯାଇଥିଲେ। ନିଜ ବାଇକ୍‌ ଚଲାଉଥିବା ରାମ ହେଲମେଟରେ ହିଁ ଗାଡ଼ିର ଆରସି ବୁକ୍‌, ବୀମା ସ୍ଲିପ୍‌, ଡ୍ରାଇଭିଂ ଲାଇସେନ୍ସ ସମେତ ବିଭିନ୍ନ ଗାଡ଼ି କାଗଜପତ୍ର ଛାପି ରଖିଛନ୍ତି। ଏବେ ଯେତେବେଳେ ରାମଙ୍କୁ ଟ୍ରାଫିକ୍‌ ପୋଲିସ ଅଟକାଉଛନ୍ତି, ସେ ନିଜ ହେଲମେଟକୁ ହିଁ ଦେଖାଇ ଦେଉଛନ୍ତି। ଆଉ ଏଥିରେ ସମସ୍ତ କାଗଜପତ୍ର ପାଇ ପୋଲିସ ମଧ୍ୟ ଖୁସି ହୋଇଯାଉଛି। ରାମଙ୍କ କହିବା ଅନୁଯାୟୀ, ଏହାଦ୍ୱାରା ତାଙ୍କୁ କୌଣସି ଚିନ୍ତିତ ହେବାକୁ ପଡ଼ୁନାହିଁ ଏବଂ କୌଣସି ପ୍ରକାର ଫାଇନ୍‌ ବି ଦେବାକୁ ପଡ଼ୁନାହିଁ।